ମୋଦି ବନାମ ରାହୁଲ ! ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଜବାବ ରଖିଲେ କଂଗ୍ରେସ ଉପାଧ୍ୟକ୍ଷ

28

କନକ ବ୍ୟୁରୋ : ବିଜୋନୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟାକ୍ଷର ଜବାବ ରଖିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ସମସ୍ୟା ରହିଛି । କିନ୍ତୁ ଏହାର ସମାଧାନ କରିବା ବଦଳରେ ମୋଦି ଅନ୍ୟମାନଙ୍କ ଗୁଗୁଲ ଆକାଉଂଟ ସର୍ଚ୍ଚ କରୁଛନ୍ତି ବୋଲି ସମାଲୋଚନା କରି କହିଛନ୍ତି ରାହୁଲ । ପରଘର କଥା ଚର୍ଚ୍ଚା ନ’କରି ବିକାଶ ଓ ରୋଜଗାର କଥା ଚିନ୍ତା କରନ୍ତୁ ପ୍ରଧାନମନ୍ତ୍ରୀ ।

ଗତକାଲି ଉତରପ୍ରଦେଶର ବିଜୋନୋରରେ ନିର୍ବାଚନ ପ୍ରଚାର କରି ରାହୁଲଙ୍କୁ କଡା ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଯେ ଗୁଗୁଲରେ ସର୍ଚ୍ଚ କଲେ ଏହି କଂଗ୍ରେସ ନେତାଙ୍କ କାରନାମା ଦେଖିବାକୁ ମିଳିବ । ରାହୁଲଙ୍କ ଉପରେ ଏତେ ମାତ୍ରାରେ ଚୁଟକୁଲା କରାଯାଉଛି ଯେ ରାହୁଲଙ୍କ କଥାକୁ କେହି ଶୁଣୁନାହାଁନ୍ତି ।