ୟଙ୍ଗ ବିଗ୍ରେଡକୁ ୧୦ଟି ଗୁରୁମନ୍ତ୍ର ଦେଲେ କଂଗ୍ରେସ ଯୁବରାଜ ! ଯାହା ମହାଅଧିବେଶନରେ କାର୍ଯ୍ୟକର୍ତ୍ତାଙ୍କୁ ଯୋଗାଇଲା ପ୍ରେରଣା, ବିରୋଧୀଙ୍କୁ ଦେଲା ଚ୍ୟାଲେଞ୍ଜ୍ ।

42

ଦିଲ୍ଲୀରେ ଚାଲୁଥିବା କଂଗ୍ରେସ ମହାଅଧିବେଶନର ଅନ୍ତିମ ଦିନରେ ରାହୁଲ ଗାନ୍ଧି ଅତି ଉତ୍ସାହର ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆସନ୍ତୁ ନଜର ପକାଇବା ରାହୁଲଙ୍କ ୧୦ଟି ପ୍ରମୁଖ ବାର୍ତ୍ତା ଉପରେ ।
୧ – ଦେଶର ଯୁବକମାନେ ମୋଦିଙ୍କ ଉପରେ ଯେଉଁ ଭରଷା କରିଥିଲେ, ତାହା ଭାଙ୍ଗି ସାରିଛି । କଂଗ୍ରେସ ଯୁବକ ମାନଙ୍କୁ ରୋଜଗାର ଦେଇପାରିବ ।

୨ – ଆମେ ଜନତାଙ୍କର ସେବକ, ଯିଏ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଆମକୁ ଚୁପ୍ କରାଇ ପାରିବେ ନାହିଁ । ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆମେ କେବେ ବି ପଛକୁ ହଟିବୁ ନାହିଁ ।

୩ – ଆଜି ଭଷ୍ଟ୍ରାଚାରୀ ଶାସନରେ ରହିଛି । ଆପଣ ମାନେ ଯୁବକ ମାନଙ୍କୁ ପ୍ରଶ୍ନ ପଚାରନ୍ତୁ ଯେ, ଆପଣ କଣ କରୁଛନ୍ତି, ଏବଂ ଉତ୍ତର ଆସିବ କିଛି ନୁହେଁ ।

୪ – ବିଜେପି ଅଧ୍ୟକ୍ଷ ଅମିତ ଶାହା ହତ୍ୟାର ଦୋଷୀ ଅଟନ୍ତି । ବିଜେପି ହତ୍ୟାକାରୀଙ୍କୁ ଦଳର ଅଧ୍ୟକ୍ଷ କରିଛି ।

୫ – କଂଗ୍ରେସ ଦଳ କେବଳ ବଡ ନେତାଙ୍କୁ ଚିକେଟ୍ ଦେବ ତାହା ନୁହେଁ ବରଂ କାର୍ଯ୍ୟକର୍ତ୍ତା ମାନଙ୍କୁ ମଧ୍ୟ ସମାନ ସୁଯୋଗ ପ୍ରଦାନ କରାଯିବ । ଆମକୁ ଜଣା ଅଛି ଯେ, ଯଦି ଭାରତକୁ ବଦଳାଇବାକୁ ଅଛି ତେବେ ସମସ୍ତଙ୍କୁ ସାଙ୍ଗରେ ନେଇ ଯିବାକୁ ପଡିବ । କଂଗ୍ରେସରୁ ଯୁବକ ଏବଂ ବରିଷ୍ଠ ନେତାଙ୍କ ମଧ୍ୟରେ ରହିଥିବା ପାଚେରିକୁ ଭାଙ୍ଗିବାରେ ଆମେ କାମ କରିବୁ ।

୬ – କଂଗ୍ରେସ ସମସ୍ତଙ୍କର ଦଳ ଅଟେ । ଯଦି ଯୁବକଙ୍କୁ ରୋଜଗାରର ଆବଶ୍ୟକତା ରହିଛି ଏବଂ ଚାଷୀଙ୍କୁ ସୁରକ୍ଷାର ଆବଶ୍ୟକତା ଅଛି, ତେବେ କଂଗ୍ରେସ ଦଳ ହିଁ ତାହା ସଫଳ କରାଇବ ।

୭ – କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କାହାର ନା ନନେଇ କହିଛନ୍ତି ଯେ, ସେମାନେ ମୁସଲମାନ ମାନଙ୍କୁ କହୁଛନ୍ତି କି ସେମାନେ ଦେଶର ନୁହଁନ୍ତି । ସେମାନେ ତାମିଲ ମାନଙ୍କୁ ନିଜ ଭାଷା ପରିବର୍ତ୍ତନ କରିବାକୁ କହୁଛନ୍ତି । ସେମାନେ କହୁଛନ୍ତି ଉତ୍ତର-ପୂର୍ବ ଲୋକେ ଯାହା ଖାଉଛନ୍ତି ତାହା ଆମକୁ ପସନ୍ଦ ନୁହେଁ । ସେମାନେ ମହିଳାଙ୍କୁ ଠିକ୍ ଭାବରେ କପଡା ପିନ୍ଧିବାକୁ କହୁଛନ୍ତି ।

୮ – ରାହୁଲ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ଆପଣ ବ୍ୟାଙ୍କରୁ ୩୩ ହଜାର କୋଟି ଟଙ୍କା ନେଇ ଫେରାର ହେଇ ଯାଉଛନ୍ତି, ତେବେ ବିଜେପି ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବ ।

୯ – ରାହୁଲ ଗାନ୍ଧି ବର୍ତ୍ତମାନ ପରିସ୍ଥିତିର ତୁଳନା ମହାଭାରତ ସହ କରି କହିଛନ୍ତି, ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ମହାଭାରତ ଯୁଦ୍ଧ ହୋଇଥିଲା । ଯେଉଁଥିରେ ଗୋଟେ ପଟେ କୌରବ, ଶାସନର ନିଶାରେ ମସଗୁଲ ଥିଲେ ଆଉ ଅନ୍ୟପଟେ ପାଣ୍ଡବ ଅତି ବିନମ୍ର ଥିଲେ । ଆଜି ବିଜେପି ମଧ୍ୟ କୌରବଙ୍କ ପରି ଶାସନର ନିଶାରେ ମସଗୁଲ ହୋଇଛି ।

୧୦ – ରାହୁଲ ମୋଦିଙ୍କୁ ଦେଶର ସବୁଠୁ ବଡ ଘୋଟାଲାକାରୀ ବୋଲି ସୂଚାଇ କହିଛନ୍ତି, ପ୍ରଶ୍ନ ପତ୍ର ବିକା ଚାଲିଛି, ଦେଶରେ ଦୁର୍ନୀତି ବଢିଚାଲିଛି । ରାହୁଲ ଏହା ବି କହିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନ କଂଗ୍ରେସ ଜିତିବ ଏବଂ ବିଜେପି ହାରିବ ।