ଭିଭିଆଇପି ସିଟରେ ବସିବା ପାଇଁ ରାହୁଲ ଯୋଗ୍ୟ ନୁହଁନ୍ତି, କିନ୍ତୁ ଇଜ୍ଜତ ଦେବାରେ ପଛଘୁଞ୍ଚା ଦେଇନି ବିଜେପି! କଂଗ୍ରେସକୁ ଇତିହାସର ପାଠ ପଢାଇଲା ବିଜେପି

104

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭିଭିଆଇପି ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବସିବା ପାଇଁ ମଧ୍ୟ ଯୋଗ୍ୟ ନୁହଁନ୍ତି । କିନ୍ତୁ ବିଜେପି ତାଙ୍କୁ ଏହି ସୁଯୋଗ ପ୍ରଦାନ କରିଛି । ଏଭଳି କହି କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଗତକାଲି ଗରତନ୍ତ୍ର ଦିବସ ପରେଡରେ ରାହୁଲ ଗାନ୍ଧିଙ୍କୁ ଭିଭିଆଇପିଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନର ୬ଷ୍ଠ ଧାଡିରେ ବସିବା ପାଇଁ ସିଟ୍ ଦିଆଯାଇଥିଲା । ପ୍ରଥମେ ରାହୁଲଙ୍କୁ ଚତୁର୍ଥ ଧାଡିରେ ବସିବାକୁ ସ୍ଥିର କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ୬ଷ୍ଠ ଧାଡିରେ ବସିଥିବାର ଦେଖିବାକୁ ମିଳିଥିଲା । ତେବେ ପ୍ରଥମ ଥର ପାଇଁ ପ୍ରଥମ ଧାଡି ବଦଳରେ ୬ଷ୍ଠ ଧାଡିରେ ବସିଥିଲେ ରାହୁଲ ଗାନ୍ଧି । ଏହାକୁ ନେଇ କଂଗ୍ରେସ ବିଜେପି ଉପରେ ବର୍ଷିଥିଲା । ବିଜେପି ଏଭଳି କରି ହୀନ ରାଜନୀତି କରୁଛି ବୋଲି କହିଥିଲା କଂଗ୍ରେସ । ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।

R1ରାହୁଲ ଗାନ୍ଧି ଭିଭିଆଇପି ସିଟରେ ବସିବା ପାଇଁ ଯୋଗ୍ୟ ନୁହଁନ୍ତି ବରଂ ତାଙ୍କୁ ଭିଭିଆଇପି ସିଟରେ ବସିବା ପାଇଁ ବିଜେପି ସୁଯୋଗ ଦେଇଛି । ଏହିପରି କରି ବିଜେପି ରାହୁଲଙ୍କ ସମ୍ମାନ ଦେଇଛି । ବିଜେପି ମୁଖପାତ୍ରଙ୍କ କହିବା ଅନୁଯାୟୀ, ନିୟମ ଓ ପରମ୍ପରା ଅନୁଯାୟୀ ରାହୁଲଙ୍କୁ ୬ଷ୍ଠ ଧାଡିରେ ବସିବାକୁ କୁହାଯାଇଥିଲା । ବିରୋଧୀ ଦଳକୁ ସମ୍ମାନ ଦେବା ବିଜେପି ଦଳର ସଂସ୍କୃତିରେ ରହିଛି । ଏହାସହ କଂଗ୍ରେସକୁ ପୂର୍ବ ଇତିହାସ ମଧ୍ୟ ମନେପକାଇ ଦେଇଥିଲା । କଂଗ୍ରେସ ଦଳ ୟୁପିଏ ସରକାର ସମୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭିଭିଆଇପି ପାଇଁ ଥିବା ସିଟରେ ମଧ୍ୟ ବସିବାକୁ ସୁଯୋଗ ଦେଇନଥିଲା । ତେଣୁ ବିଜେପି ଉପରେ ଅଙ୍ଗୁଳି ଉଠାଇବା ପୂର୍ବରୁ କଂଗ୍ରେସ ଥରେ ଇତିହାସ ଉପରେ ନଜର ପକାଇବା ଆବଶ୍ୟକ ବୋଲି ବିଜେପି କହିଛି ।