ପିଏମଙ୍କ ଗୁଜରାଟ କାର୍ଡ ଉପରେ ରାହୁଲଙ୍କ ଚୁଟକି ! ଭଲ ଅଭିନୟ କରୁଛନ୍ତି ମୋଦି

28

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଭୋଟରଙ୍କୁ ଆକୃଷ୍ଟ କରିବାକୁ କୌଣସି ସୁଯୋଗକୁ ହାତଛଡା କରୁନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଗୁଜରାଟି କାର୍ଡକୁ ସେ ପୁଣି ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, ମୋଦି ଜଣେ ଭଲ ଅଭିନେତା । ଆପଣ ଦେଖିବେ ନିର୍ବାଚନ ପୂର୍ବରୁ ସେ ପୁଣି କାନ୍ଦିବେ । ସେ ସବୁ ପ୍ରସଙ୍ଗରେ କାନ୍ଦୁଛନ୍ତି । କିନ୍ତୁ କୃଷକଙ୍କ ପାଇଁ କାନ୍ଦନ୍ତି ନାହିଁ । ମନ କୀ ବାତ୍ ନେଇ ବି ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହା ପୂର୍ବରୁ ମୋଦି ବି ରାହୁଲଙ୍କ ଟାର୍ଗେଟ କରିଥିଲେ । ରାହୁଲ ଆଜି ଗୁଜରାଟରେ ବିଭିନ୍ନ ରାଲିରେ ଯୋଗଦେବେ ।