ମୁସ୍କିଲରେ ମୁକେଶଙ୍କ ଆଂଟିଲିଆ ! ବିଶ୍ୱର ସବୁଠୁ ମହଙ୍ଗା ଘର ବିରୋଧରେ ଆସିଲା ଆଇନ ଉଲ୍ଲଘଂନ ଅଭିଯୋଗ । କୌଣସି ବି ମୁହୂର୍ତ୍ତରେ ଭଙ୍ଗାଯାଇପାରେ କୋଠା

58

ଟେଲିକମ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କର ଆଲିଶାନ ବଙ୍ଗଳା ଏବେ ବିପଦରେ । ବଙ୍ଗଳାଟିକୁ କୌଣସି ବି ମୂହୁର୍ତ୍ତରେ ଭାଙ୍ଗିପାରେ ପ୍ରଶାସନ । ତେବେ ମୁକେଶଙ୍କ ଏହି କୋଠାଟି ବେଆଇନ ତଳିକାରେ ତଥା ଏକ ଅନାଥଶ୍ରମର ସଂପତି ଉପରେ ନିର୍ମାଣ କରାଯାଇଥିବା ଅଭିଯୋଗ ଆସିଛି । ମହାରାଷ୍ଟ୍ର ଷ୍ଟେଟ୍ ବୋର୍ଡ ଅଫ ୱକଫ୍ସର ତତକାଳୀନ ସିଇଓଙ୍କ ସୂଚନା ମୁତାବକ, ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ମୁକେଶ ଅମ୍ବାନୀଙ୍କ କୋଠା ଆଂଟିଲିଆ ଯେଉଁ ଜାଗାରେ ରହିଛି ତାହା ଏକ ଅନାଥଶ୍ରମର ସଂପତି ଏବଂ ଏହି ସଂପତିକୁ ବେଆଇନ ତରିକାରେ ବିକ୍ରି କରାଯାଇଛି । ବମ୍ବେ ହାଇକୋର୍ଟରେ ଦାଖଲ କରାଯାଇଥିବା ଆଫିଡେଭିଟ୍ ଉପରେ ସିଇଓ କହିଛନ୍ତି କି, ୫ ମାର୍ଚ୍ଚ, ୨୦୦୫ର ତତକାଳୀନ ଚେୟାରମ୍ୟାନ ଏବଂ ସିିଇଓ ଦ୍ୱିତୀୟ ଥର ଲାଗି ଉକ୍ତ ସଂପତିର ବିକ୍ରି ନେଇ ମଂଜୁରୀ ଦେବା ଭୁଲ ଥିଲା । ୨୧ ଜୁଲାଇ, ୨୦୧୭ରେ ଏକ ନିର୍ଦ୍ଦେଶରେ ମୁଖ୍ୟ ନ୍ୟାୟାଧିଶ ମଂଜୁଳା ଚେଲ୍ଲୁରଙ୍କ ଅଧ୍ୟକ୍ଷତାରେ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ରାଜ୍ୟ ୱକଫ୍ସ ବୋର୍ଡକୁ ଅନାଥଶ୍ରମ ଜମିର ବିକ୍ରି ଉପରେ ଚ୍ୟାରିଟି ମୁଖ୍ୟଙ୍କୁ ଅନୁମତି ଦେଇଥିଲେ ।

ସୂଚନା ମୁତାବକ, ବିକାଶ ବିଭାଗର ସଂଯୁକ୍ତ ସଚିବ ଏବଂ ରାଜ୍ୟ ୱକଫ୍ସ ବୋର୍ଡର ତତକାଳୀନ ସିଇଓ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଥିଲେ । ଯେଉଁଥିରେ ବିଶ୍ୱର ସବୁଠାରୁ ମହଙ୍ଗା ଘର ତଥା ଆଂଟିଲିଆ ନିର୍ମାଣ ହୋଇଥିବା ଜମି ବାସ୍ତବରେ କରିବଭାଇ ଇବ୍ରାହିମ ଖୋଜା ଯତିମଖାନାଙ୍କ ନାମକ ବ୍ୟକ୍ତିବିଶେଷଙ୍କର ବୋଲି ଉଲ୍ଲେଖ କରାଯାଇଥିଲା । ଯେଉଁଥିରେ ଆଂଟିଲିଆ କମର୍ସିଆଲ ପ୍ରାଇଭୋଟ ଲିମିଡେଟ ନିର୍ମାଣ କରାଯାଇଛି ଆଉ ଏହାକୁ ଟ୍ରଷ୍ଟଠାରୁ ୨୦୦୫ରେ କିଣା ଯାଇଥିଲା । ତେବେ ଏହି ଟ୍ରଷ୍ଟକୁ ଅନାଥ ପିଲାମାନଙ୍କର ଦେଖାରଖା ପାଇଁ ତିଆରି କରାଯାଇଥିଲା । ଏହାର ପାଖାପାଖି ୪,୫୩୨ ସ୍କୋୟାର ଫୁଟର ଜମିରେ ଆଂଟିଲିଆ କମର୍ସିଆଲ ପ୍ରାଇଭେଟ ଲିମିଟେଡକୁ ଜୁଲାଇ ୨୦୦୨ରେ ମାତ୍ର ୨୧୦.୫ ମିଲିୟନରେ ବିକ୍ରି କରାଯାଇଥିଲା । ଯେବେକି ସେହି ସମୟରେ ଏହାର ମାର୍କେଟ ଭ୍ୟାଲୁ ପାଖାପାଖି ୧.୫ ବିଲିୟନ ଟଙ୍କା ରହିଥିଲା ।

୨୦୦୨ରେ କରିବଭାଇ ଖୋଜା ଟ୍ରଷ୍ଟ ଚ୍ୟାରିଟି କମିଶନରଙ୍କ ନିକଟକୁ ଏକ ଆପ୍ଲିକେସନ ଫାଇଲ କରି ଆଂଟିଲିଆ କମର୍ସିଆଲକୁ ବିକ୍ରି କରିବାର ଅନୁମତି ଦେବାକୁ ଗୁହାରି କରିଥିଲେ । ୨୭ ଅଗଷ୍ଟ ୨୦୦୨ରେ ଏଥିପାଇଁ ଅନୁମତି ବି ମିଳିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଷ୍ଟେଟ୍ ବୋର୍ଡ ଅଫ ୱକଫ୍ସ ଏହି କାରବାରକୁ ବେଆଇନ ବୋଲି ଜାଣିବାକୁ ପାଇଥିଲା ଏବଂ ଆଂଟିଲିଆ କମର୍ସିଆଲକୁ ୱକଫ୍ସ ଆକ୍ଟ ୧୯୯୫ର ଧାରା ୫୨ ଅନୁଯାୟୀ ଉଲ୍ଲଘଂନ ନେଇ ନୋଟିସ୍ ପଠାଇଥିଲା । ଅନାଥଶ୍ରମ ଟ୍ରଷ୍ଟ ୨୨ ଅପ୍ରିଲ ୨୦୦୪ରେ ସିଇଓ ପୁଣି ଥରେ ଜାରି କରାଯାଇଥିବା ନୋଟିସକୁ ୱକଫ୍ସ ଟ୍ରିବ୍ୟୁନାଲ ସାମ୍ନାରେ ଚ୍ୟାଲେଂଜ ଦେଇ ରାଜ୍ୟ ୱକଫ୍ସ ବୋର୍ଡ ଏହି ମକଦ୍ଦମାକୁ ଟ୍ରଷ୍ଟ ସହ ଆଲୋଚନା କରିଥିଲା । ଯାହାର ନିର୍ଯ୍ୟାସ ବାହାରିଥିଲା କି, ଟ୍ରଷ୍ଟି ସ୍ୱୀକାର କରିବେ କି ଉକ୍ତ ଜମିଟି ବାସ୍ତବରେ ୱକଫ୍ସର ଥିଲା ବୋଲି ।

ଖାଲି ସେତିକି ନୁହେଁ, ଏହି ପ୍ରସଙ୍ଗରେ ମଧ୍ୟ ସହମତି ମିଳିଥିଲା । ଟ୍ରଷ୍ଟିଜ ୱକଫ୍ସ ଆକ୍ଟ ୧୯୯୫ରେ ଧାରା ୭୨ ଅନୁସାରେ ପ୍ରତିବର୍ଷ ବୋର୍ଡ ନିକଟରେ ୧୬ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ସୂଚନା ମୁତାବକ, ଟ୍ରଷ୍ଟ ବାରମ୍ବାର କରିଥିଲା କି ଜମି ୱକଫ୍ସର ସଂପତି ନଥିଲା ଏବଂ ପରେ ୱକଫ୍ସ ସଂପତିଗୁଡିକର ତାଲିକାକୁ ଚ୍ୟାଲେଂଜ ଦେଇ ଏହାକୁ ଫେରାଇ ନେଇଥିଲେ, ଯେପରିକି ମହାରାଷ୍ଟ୍ର ରାଜ୍ୟର ୱକଫ୍ସ ବୋର୍ଡ ନିର୍ଦ୍ଧାରିତ କରିଥିଲା ।

ସୌଜନ୍ୟ: ଜନସତ୍ତା