ବଦଳିଲା ରାହାଗିରିର ନାଁ ! ଆସନ୍ତାକାଲିଠୁ ‘ପଥୋତ୍ସବ’ ନାଁରେ ଆୟୋଜିତ ହେବ କାର୍ଯ୍ୟକ୍ରମ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲା ରାହାଗିରିର ନାଁ । ରାହାଗିରି ନାଁ ପରିବର୍ତନ କରାଯାଇ ପଥୋତ୍ସବ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମେୟର ଅନନ୍ତ ନାରାୟଣ ଜେନା । ଆସନ୍ତାକାଲିଠୁ ନୂଆ ନାଁରେ ଆୟୋଜିତ ହେବ ରାହାଗିରି କାର୍ଯ୍ୟକ୍ରମ । ରାଜରାସ୍ତାରେ ଜନସାଧାରଣଙ୍କ ଅଧିକାରକୁ ନେଇ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଏମସି । ଏଥିସହ ପ୍ରଦୂଷଣକୁ ରୋକିବା ପାଇଁ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।