ଗୁଜୁରାଟ ଜୁନାଗଡରେ ଅଭାବନୀୟ ଘଟଣା : ନୀଳଗାଈକୁ ଗିଳି ନିସ୍ତେଜ ଅଜଗର

57

କନକ ବ୍ୟୁରୋ : ନୀଳଗାଈକୁ ଗିଳି ନିସ୍ତେଜ ହୋଇପଡିଛି ଅଜଗର । ଗୁଜୁରାଟ ଜୁନାଗଡରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନୀଳଗାଈଟି ଗିଳିଦେବା ପରେ ଅଜଗରଟି ହଲଚଲ ହୋଇନପାରିବାରୁ ନିସ୍ତେଜ ହୋଇପଡିରହିଛି । ବନ ବିଭାଗର ଏକ ଟିମ ଅଜଗରଟିକୁ ଉଦ୍ଧାର କରି ଅବଜରଭେସନରେ ରଖିଛନ୍ତି । ଆଜି ସକାଳୁ ଜଣେ ଚାଷୀ କାମ କରୁଥିବା ସମୟରେ ଏହି ଅଜଗରକୁ ଜମି ମଧ୍ୟରେ ପଡିଥିବାର ଦେଖିଥିଲେ ।

ପ୍ରାୟ ୧୮ରୁ ୨୦ ଫୁଟ ଲମ୍ବର ଏହି ଅଜଗର ଜମିରେ ପଡିରହିଥିଲା । ଏହା ପରେ ଗ୍ରାମବାସୀମାନେ ଅଜଗରଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଚିଂ ଅଜଗରକୁ ୮ ଘଂଟା ଅବଜରଭେସନରେ ରଖିଛନ୍ତି । ଯଦି ଗାଈଟି ଅଜଗରର ପେଟ ଭିତରେ ମରିଯାଏ, ତେବେ ସାପଟିର ଅପରେସନ କରି ଗାଈଟିକୁ ବାହାର କରାଯିବ ଓ ଏହା ପରେ ଜଙ୍ଗଲରେ ଛାଡିଦିଆଯିବ ବୋଲି ସ୍ନେକ ହେଲପ ଲାଇନ ପକ୍ଷରୁ କୁହାଯାଇଛି ।