କଳାହାଣ୍ଡିର କରୁଣ ଦୃଶ୍ୟକୁ ନେଇ ମନ୍ତ୍ରୀଙ୍କ ଦାୟିତ୍ୱହୀନ ବୟାନ୍

32

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଷଡଯନ୍ତ୍ରକୁ ନେଇ ରହସ୍ୟ ବଢୁଥିବା ବେଳେ ଏପଟେ ଓଡିଶାର କଳାହାଣ୍ଡିର ଏକ କାହାଣୀ ସାରା ଦେଶକୁ ମର୍ମାହତ କରିଛି । ନିଜ ସ୍ତ୍ରୀର ମୃତଦେହକୁ ସ୍ୱାମୀ କାନ୍ଧରେ ପକାଇ ୧୦ କିଲୋମିଟର ଯିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ୧୬ ବର୍ଷର ଲୋକପ୍ରିୟ ସରକାର ଗାଁ ଗାଁରେ ଆଦିବାସୀଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ପସରା ମେଲିଥିବା ବେଳେ ଏ ଘଟଣା ପୁରା ବ୍ୟବସ୍ଥାକୁ ପରିହାସ କରିଛି । ଆଉ ଏହାରି ଭିତରେ ସେହି ଅଂଚଳର ବିଧାୟକ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଦାୟିତ୍ୱହୀନ ବୟାନକୁ ନେଇ ଏବେ ଚର୍ଚ୍ଚା । ପୁଷ୍ପେନ୍ଦ୍ର କହିଛନ୍ତି, ଉପାନ୍ତ ଅଂଚଳର ଲୋକେ ସରକାରଙ୍କ ଯୋଜନା ବିଷୟରେ ଜାଣିପାରୁନାହାଁନ୍ତି , ସେଥିପାଇଁ ଏଭଳି ଘଟଣା ଘଟୁଛି ।