କଟକଣା ସତ୍ତ୍ୱେ ପହଣ୍ଡି ବେଳେ ଶ୍ରୀଜୀଉଙ୍କୁ ଭକ୍ତଙ୍କ ସ୍ପର୍ଶ ଉଦ୍ୟମ :୨ଜଣଙ୍କୁ ଅଟକ ରଖିଲା ଶ୍ରୀମନ୍ଦିର ପ୍ରଶାସନ

33

କନକ ବ୍ୟୁରୋ : କଟକଣା ସତ୍ତ୍ୱେ ଶ୍ରୀଜୀଉଙ୍କୁ ସ୍ପର୍ଶ ଉଦ୍ୟମ । ଆଜି ପହଣ୍ଡି ବେଳେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ଉଦ୍ୟମ କରିଛନ୍ତି ଭକ୍ତ । ସ୍ପର୍ଶ ଉଦ୍ୟମ କରୁଥିବା ୨ଜଣଙ୍କୁ ଅଟକ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ୱେ ଭକ୍ତମାନେ ସମସ୍ତ ସୁରକ୍ଷାକୁ ଭେଦ କରି ଯାଇ ଶ୍ରୀଜୀଉଙ୍କ ନିକଟରେ ପହଂଚିଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏମାନେ କିପରି ଶ୍ରୀଜୀଉଙ୍କ ନିକଟରେ ପହଂଚିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି  ।