ମହାପ୍ରାସାଦ ଦର ତାଲିକାକୁ ନେଇ ଛକାପଞ୍ଝା: ସୁଆରମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବିଫଳ

70

କନକ ବ୍ୟୁରୋ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ଓ ମହାପ୍ରାସାଦ ଦର ତାଲିକାକୁ ନେଇ ଆଜି ସୁଆରମହାସୁଆର ନିଯୋଗ ସହ ପ୍ରଶାସନର ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତାବ ସହ ନିଯୋଗର ସହମତି ନଥିବା ଜଣାପଡିଛି । ହେଲେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ ।

ମହାପ୍ରସାଦ ଦର ନେଇ ଆଜି ସଂଧ୍ୟାରେ ସୁଆର ନିଯୋଗର କୋର କମିଟି ବୈଠକ ବସିବ ବୋଲି ଜଣାପଡିଛି । ସେହିପରି ଏପଟେ ଶ୍ରୀମନ୍ଦିର ପରଚାଳନା କମିଟି ବୈଠକ ମଧ୍ୟ ଆଜି ସଂଧ୍ୟାରେ ବସିବ । ଏହି ବୈଠକରେ ଆନନ୍ଦବଜାର ବ୍ୟବସ୍ଥିତ ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି ।