ଲକ୍ଷ୍ମୀ ମନ୍ଦିରର ପରିଚାଳନା ଦାୟିତ୍ୱ ନେଲା ଶ୍ରୀମନ୍ଦିର ପ୍ରଶାସନ ! ଆଜି ଲକ୍ଷ୍ମୀ ମନ୍ଦିରର ଦାନ ଓ ଗହଣାର ହେବ ହିସାବ କିତାବ

47

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ସିଧା ସଳଖ ନିୟନ୍ତ୍ରଣ କରିବ ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଆଜି ନୀତି ପ୍ରଶାସକଙ୍କ ଅଧିନରେ ଗଠିତ ଟିମ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ହିସାବ କରିବ । ସମସ୍ତ ଦାନର ହିସାବ କିତାବ ସହ ପୂଜକ ତାଲିକା କରିଥିବା ମା’ଙ୍କ ଗହଣାକୁ ମେଳ କରି ଦେଖିବ ଟିମ୍ ।

ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକ୍ରମେ ମା ଲକ୍ଷ୍ମୀଙ୍କ ମନ୍ଦିର ହିସାବ ଶେଷ ହେବା ପରେ ସବୁ ପାର୍ଶ୍ୱ ଦେବାଦେବୀଙ୍କ ଦାନ ଓ ଗହଣରା ହିସାବ ପରଖିବ ଶ୍ରୀମନ୍ଦିର ପ୍ରଶାସନ । ଆଗକୁ ଶ୍ରୀମନ୍ଦିର ପ୍ରଶାସନ ହାତରେ ସବୁ ହିସାବ ରହିବ ବୋଲି ସୂଚନା ମିଳିଛି । ଏହାଛଡା ଯେକୌଣସି ଲୋକ ଦାନ କରିବାକୁ ଚାହିଁଲେ ମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରି ବୈଧ ରସିଦ ସଂଗ୍ରହ କରିନେବେ । ସେବାୟତ ସିଧାସଳଖ କାହାଠୁର ଦାନ ନେଇପାରିବେ ନାହିଁ । ଏନେଇ ଆଜି ଶ୍ରୀମନ୍ଦିର ପରିସରରେ ନୋଟିସ ମରାଯିବ ।

ଅନ୍ୟପଟେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମହାଲକ୍ଷ୍ମୀଙ୍କ ମୁକୁଟ ଭଳି ଆଗକୁ ଆଉ ବିବାଦ ନ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପାର୍ଶ୍ୱ ଦେବାଦେବୀଙ୍କ ଦାନ ଓ ଗହଣାର ହିସାବ କିତାବ କରିବାକୁ ଯାଉଛି । ଲକ୍ଷ୍ମୀଙ୍କ ମନ୍ଦିରର ହିସାବ ସରିବା ପରେ କ୍ରମାନ୍ଵୟରେ ସମସ୍ତ ମନ୍ଦିରର କରାଯିବ। ସମସ୍ତ ହିସାବ ଏଥର ଶ୍ରୀମନ୍ଦିର ପ୍ରଶାସନ ହାତରେ ରହିବ । ତା ଛଡ଼ା ଯିଏ ଯାହା ଦାନ ଦେବାକୁ ଇଚ୍ଛା କରିବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିବ । ସିଧାସଳଖ ସେବାୟତ ଦାନ ଗ୍ରହଣ କରିପାରିବେ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ବିଭିନ୍ନ ସ୍ଥାନରେ ନୋଟିସ୍ ଲଗାଯିବାକୁ ନିଷ୍ପତ୍ତି ହୋଇଛି । ଦାତାମାନେ ସେବାୟତଙ୍କୁ ନ ଦେଇ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରି ବୈଧ ରସିଦ୍ ସଂଗ୍ରହ କରିବା ପାଇଁ ସୂଚନା ଦିଆଯିବ । ଆଜିଠାରୁ ଏହି ନୋଟିସ୍ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି ।