ଆଜି ବିଶ୍ୱ ଏଡସ ଦିବସ ।

139

ଦିନକୁ ଦିନ ଉଗ୍ରରୂପ ନେଉଛି ଏଡସ । ଏହାର ଭୟବହତା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ୧୯୮୮ ମସିହାରୁ ପ୍ରତିବର୍ଷ ପାଳନ କରାଯାଉଛି ‘ବିଶ୍ୱ ଏଡସ ଦିବସ’ । ଏଡସରେ ପ୍ରତିଦିନ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ୨୦୧୩ ସୁଦ୍ଧା ସାରା ବିଶ୍ୱରେ ୩.୬ କୋଟି ଲୋକ ଏଡସ ଯୋଗୁ ପ୍ରାଣ ହରାଉଛନ୍ତି । ପ୍ରତିବର୍ଷ ଏଚଆଇଭି ଭୂତାଣୁ ଦ୍ୱାରା ୨୦ ଲକ୍ଷ ଲୋକ ଏଡସ ଦ୍ୱାରା ସଂକ୍ରମିତ ହେଉଛନ୍ତି ।

ସ।ରା ବିଶ୍ୱବାସୀଙ୍କ ଆଗରେ ଏହି ରୋଗ ସବୁଠାରୁ ବଡ ଚ୍ୟାଲେଂଜ ସୃଷ୍ଟି କରିଛି । ଏହାକୁ ଅଦ୍ୟାବଧି ନିୟନ୍ତ୍ରିତ କରାଯାଇପାରିନାହିଁ । କେବଳ ସଚେତନତା ଏଥିରୁ ବର୍ତିବାର ଏକମାତ୍ର ଉପାୟ । ତେଣୁ ଏ ବାବଦରେ ସଚେତନତା ସୃଷ୍ଟି କରିବା ଏଦି ଦିବସର ମୂଳ ଲକ୍ଷ୍ୟ । ଡିସେମ୍ବର ମଧ୍ୟ ଏଡସ ମାସ । ୨୦୦୨ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୦.୪୨ ପ୍ରତିଶତ ଏଚଆଇଭି ଆକ୍ରାନ୍ତ ଥିଲେ । ତେବେ ନିରନ୍ତର ଉଦ୍ୟମ ଯୋଗୁ କିଛି ପରିମାଣରେ କମିବାରେ ଲାଗିଛି । ୨୦୧୩ରେ ଏହା ୦.୨୭ ପ୍ରତିଶତକୁ ଖସିଯାଇଥିଲା ।

ଇତି ମଧ୍ୟରେ ଏହା ଆହୁରି ଖସିଯାଇଥିବା ଅନୁମାନ କରାଯାଉଛି । ତେବେ ଏହି ଭୟଙ୍କର ବ୍ୟାଧିକୁ ଦମନ କରିବା ପାଇଁ ଅଦ୍ୟାବଧି କୌଣସି ଔଷଧ ବାହାରିନାହିଁ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏହି ରୋଗ ବିଷୟରେ ଜାଣିପାରିଲେ କିଛିମାତ୍ରାରେ ନିୟନ୍ତ୍ରଣକରିବା ସମ୍ଭବ । ତେବେ ଓଡିଶାର ଗଂଜାମ ଜିଲ୍ଲାରେ ଏଡସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗଂଜାମ ବୋହୁଛି ଏଡସ ବୋଝ । ଏଥିରୁ ଲୋକଙ୍କ ସଚେତନକରାଇବା ଓ ଭୟାବହତା ସମ୍ପର୍କରେ ଜଣାଇବା ପାଇଁ ପାଳିତ ହେଉଛି ବିଶ୍ୱ ଏଡସ ଦିବସ ।

ସେହିପରି ବିଶ୍ୱ ଏଡସ ଦିବସ ଅବସରରେ ପୁରୀ ସମୁଦ୍ର କୂଳରେ ବାଲୁୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛନ୍ତି । ତା ସହ ଆଉ ଏକ ବିଶ୍ୱ ରେକର୍ଡ କରିଛନ୍ତି ସୁଦର୍ଶନ । ପୁରୀ ସମୁଦ୍ର ବେଳାଭୂମିରେ ବାଲିରେ ୮ଶହ ଫୁଟ ଲମ୍ବ ଓ ୪ଶହ ଫୁଟ ଓସାରର ବିଶିଷ୍ଟ ରେଡ ରିବନ ନିର୍ମାଣ କରିଛନ୍ତି । ଏହା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।