ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ ହେବା ମାମଲା ! ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି କ୍ଷମା ମାଗିଲେ ସିଏସଆଇର

63

କନକ ବ୍ୟୁରୋ : ଶ୍ରୀମନ୍ଦିର ଗର୍ଭଗୃହର ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ କ୍ଷମା ମାଗିଛନ୍ତି ସିଏସଆଇଆର । ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ କୁମାର ସିଂହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମରା ଜେନାଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି । ସିଏସଆଇଆର ସିନିୟର ଟେକ୍ନିକାଲ ସଦାନନ୍ଦ ଶର୍ମା ଶ୍ରୀମନ୍ଦିରର କିଛି ଗୁପ୍ତ ଫୋଟୋ ଭାଇରାଲ କରିଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି । ପୂର୍ବରୁ ବୈଜ୍ଞାନିକ ସଦାନନ୍ଦ ଶର୍ମା ଏଥିପାଇଁ କ୍ଷମା ମାଗି ସାରିଛନ୍ତି । ତେବେ ପ୍ରତିଷ୍ଠାନ ତରଫରୁ ପୁଣିଥରେ କ୍ଷମା ମାଗିବା ସହ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି ଚିଠିରେ ଲେଖିଛନ୍ତି ଡକ୍ଟର ସିଂହ ।

ଅନ୍ୟପଟେ ଶ୍ରୀମନ୍ଦିରର ଫୋଟୋ ଭାଇରାଲ ହେବା ଘଟଣାକୁ ନେଇ ଏଏସଆଇକୁ ଜବାବ ତଲବ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଏସଆଇ ହାତରେ ଶ୍ରୀମନ୍ଦିରର ରକ୍ଷଣା ବେକ୍ଷଣା ଦାୟିତ୍ୱ ଥିବା ବେଳେ ଫଟୋ ଉଠାଇବା ଏହା ହିଁ ଏକମାତ୍ର ସ୍ୱୀକୃତପ୍ରାପ୍ତ ସଂସ୍ଥା । ତେବେ କେଉଁ ପରିସ୍ଥିତିରେ ଏଏସଆଇ ଦ୍ୱାରା ସ୍ୱୀକୃତପ୍ରାପ୍ତ ଟେକ୍ନିସିଆନ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କଲେ । ଏଥିପାଇଁ କିଏ ଅନୁମତି ଦେଇଥିଲା । ଏଏସଆଇର ସ୍ୱୀକୃତପ୍ରାପ୍ତ ଫଟୋଗ୍ରାଫର ଫଟୋ ନ ଉଠାଇ କାହିଁକି ଟେକ୍ନିସିଆନ ଜଣକ ଫଟୋ ଉଠାଇଥିଲେ । ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ କଣ ବ୍ୟବସ୍ଥା କରାଯାଇଛି । ଏଏସଆଇ ଅଧିନରେ କାମ କରୁଥିବା ସଂସ୍ଥାଗୁଡିକ ଠାରୁ ଏ ସଂପର୍କରେ ଲିଖିତ ଅଣ୍ଡରଟେକିଂ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି । ଏସବୁର ଉତର ୩ ଦିନ ଭିତରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଦାଖଲ କରିବାକୁ ଏଏସଆଇକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା ।