ସୁସ୍ଥ ରଖିବ ଉଷୁମ କ୍ଷୀର ! ଜାଣନ୍ତୁ ଏହାର ଉପକାରିତା

76

ସ୍ୱାସ୍ଥ୍ୟ ହିଁ ସଂପଦ । ଶରୀରରକୁ ସୁସ୍ଥ ରଖିବା ପାଇଁ ଏଭଳି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଆପଣଙ୍କୁ ଫ୍ରେସ ରଖିବ । ସେହିଭଳି ଏକ ଜରୁରୀ ଖାଦ୍ୟ ହେଉଛି କ୍ଷୀର । ଉଷୁମ କ୍ଷୀରରେ ଏପରି ନ୍ୟୁଟ୍ରିଏଂଟ ରହିଛି ଯାହା କେବଳ ଶରୀରକୁ ଶକ୍ତି ଯୋଗାଇନଥାଏ ବରଂ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଜାଣନ୍ତୁ ଉଷୁମ କ୍ଷୀରର ଉପକାରିତା :

– କ୍ଷୀରରେ ଭିଚଟାମିନ ବି-୧୨ ରହିଛି । ଯାହା ଶରୀରରେ ରକ୍ତ କଚ୍ଚିକାକୁ ସୁସ୍ଥ ରଖେ । ତା ସହ ନର୍ଭକୁ ଶକ୍ତି ଦେଇଥାଏ

-କ୍ଷୀରରେ କ୍ୟାଲସିୟମଥିବାରୁ ଦାନ୍ତ ଓ ହାଡକୁ ଦୃଢ କରାଇଥାଏ ।

-ମାଂସପେଶୀକୁ ଶକ୍ତ କରାଇବାରେ ସାହାଯ୍ୟ କରିଥାଏ ଉଷୁମ କ୍ଷୀର ।

-କ୍ଷୀର ଖାଦ୍ୟକୁ ହଜମ କରାଇବାରେ ସାହାଯ୍ୟ କରିଥାଏ ।

– କୋଷ୍ଠକାଠିନ୍ୟରେ ପିଡୀତ ବ୍ୟକ୍ତିଙ୍କ ପାଇଁ ଔଷଧ ଭଳି କାମ କରେ ଉଷୁମ କ୍ଷୀର

-ଯଦି ଆପଣଙ୍କ ଗଳାରେ କୌଣସି ସମସ୍ୟା ରହିଛି ବା ବଥା ହେଉଛି ତେବେ ଉଷୁମ କ୍ଷୀରରେ ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ । ନିୟମିତ ଗୋଲମରିଚ ଗୁଣ୍ଡ ମିଶାଇ କ୍ଷୀର ପିଇଲେ ଗଳା ସମସ୍ୟାରୁ ମୁକ୍ତିପାଇପାରିବେ ।

-ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ।