ତେଜିଲା କଟକ-ପୁରୀ ବସ ସଂଘ ବିବାଦ : ପୁରୀରୁ ବସ ଚଳାଚଳ ବନ୍ଦ,ପୁଲିସ ସହ ଧସ୍ତାଧସ୍ତି ବେଳେ ୨୦ ଅଟକ

22

କନକ ବ୍ୟୁରୋ : କଟକ ସହ ଅନ୍ୟ ଯାଗାକୁ ପୁରୀରୁ ବସ ଚଳାଚଳ ବନ୍ଦ । କଟକ-ପୁରୀ ବସ ମାଲିକ ସଂଘ ବିବାଦକୁ ନେଇ ବସ ଚଳାଚଳ ବନ୍ଦ ରହିଛି । ପୁରୀ ବସ କର୍ମଚାରୀଙ୍କୁ କଟକରେ ନିର୍ଯ୍ୟାତିତ କରାଯାଇଥିବା ଅଭିଯୋଗରେ ବସ ବନ୍ଦ କରାଯାଇଛି । ଫଳରେ ଗମନାଗମନ ଏକ ପ୍ରକାର ଠପ ହୋଇଯାଇଛି ।

ଆନ୍ଦୋଳନ ସମୟରେ କର୍ମଚାରୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ପୁଲିସ ୨୦ରୁ ଅଧିକ କର୍ମଚାରୀଙ୍କୁ ଗିରଫ କରିଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୀମାଚଂଳ ପାଢୀ ।