ଦୀପ ପରେ ଅବଢ଼ା ! ମହାପ୍ରସାଦରେ ବ୍ୟବହାର ହେବ ଖାଂଟି ଗୁଆ ଘିଅ, ଆଲୋଚନା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ

71

କନକ ବ୍ୟୁରୋ : ଦୀପ ପରେ ଅଭଢ଼ା । ମହାପ୍ରଭୁଙ୍କ ମହାପ୍ରସାଦରେ ଏଣିକି ବ୍ୟବହାର ହେବ ଖାଂଟି ଗୁଆ ଘିଅ । ମହାପ୍ରସାଦରେ ବ୍ୟବହାର ହେଉଥିବା ବନସ୍ପତି ଘିଅ ଜାଗାରେ ଖାଂଟି ଗାଇ ଘିଅ ବ୍ୟବହାର କରିବା ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା । ଅନ୍ୟପଟେ ଶ୍ରୀମନ୍ଦିରରେ ଯଥା ସମ୍ଭବ ଶୃଙ୍ଖଳିତ କରିବାକୁ ଅଂଟା ଭିଡିଛି ପ୍ରଶାସନ । ଦୀପ ଜାଳିବା ନେଇ କଟକଣା ପରେ ପ୍ରଶାସନର ନଜର ଏବେ ଆନନ୍ଦବଜାର ଉପରେ ପଡିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପpuri କୁମାର ଜେନା ଓ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆନନ୍ଦ ବଜାରରେ ମିଳିତ ଭାବେ ଚଢ଼ଉ କରିଛନ୍ତି । ଚଢ଼ଉ ବେଳେ ଅନେକ ମହାପ୍ରସାଦ ବିକ୍ରେତା ଧାର୍ଯ୍ୟ ଜାଗାରୁ ଅଧିକ ଜାଗା ମାଡି ବସିଥିବା ଦେଖିବାକୁ ମିଳିଛି । ଜଣେ ଜଣେ ଚାରି ଚାରିଟା ଦୋକାନ କରିଥିବାବେଳେ ନିର୍ଦ୍ଧାରିତ ଘରକୁ ଗୋଦାମ କରି ବାହାରେ ବିକ୍ରି କରୁଥିବା ଦେଖାଯାଇଛି ।

ସେହିପରି ଶ୍ରଦ୍ଧାଳୁମାନେ ଅବଢ଼ା ସେବନ ପାଇଁ ତିଆରି ହୋଇଥିବା ମଣ୍ଡପରେ ବେପାର ଚାଲିଥିବା ଦେଖି ଉଭୟ ଜିଲ୍ଲାପାଳ ଓ ପ୍ରଶାସକ କ୍ଷୋଭ ପ୍ରକାଶ କରିଛନ୍ତି । ଆଗକୁ ବେଆଇନ ଭାବେ ଜାଗା ମାଡି ବସି ଅଭଢ଼ା ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି । ଏହା ସହିତ କେତେକ ସୁଆର ପ୍ରତିଦିନ ଆବଶ୍ୟକଠାରୁ ବହୁ ପରିମାଣର କୁଡୁଆ ଗଦା କରି ରଖିବାରୁ ତାହା ଜାଗା ମାଡି ବସିଛି । ଯାହା ଆନନ୍ଦବଜାରର ପରିବେଷ ଖରାପ କରୁଛି । ଏଣୁ ଏଭଳି ନକରିବାକୁ ସୁଆରମାନଙ୍କୁ ତାଗିଦ କରିଛନ୍ତି ପ୍ରଶାସକ । ଏଥିସହ ଶୁଦ୍ଧ ଘିଅ ବ୍ୟବହାର କରିବାକୁ ଦୀପ ଦୋକାନମାନଙ୍କ ଉପରେ ମଧ୍ୟ ଚଢ଼ାଉ କରାଯାଇଛି ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ଜଗନ୍ନାଥଙ୍କ ପାଖରେ କେବଳ ବିଶୁଦ୍ଧ ଘିଅ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିଲା ।  ବନ୍ଦ ହେବ ଦୂଷିତ ଘିଅର ବ୍ୟବହାର । ଏନେଇ ଲାଗୁ କଟକଣା ଲାଗୁ ହୋଇଥିଲା । ଆଉ ଏହାର ତଦାରଖ ପାଇଁ ଏକ କମିଟି ଗଠନ କରାଯାଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ଭଲ ଘିଅର ବ୍ୟବହାର ହେବ ବୋଲି ନିଷ୍ପତି ହୋଇଥିଲା  । ଦୀପ ଦୋକାନୀମାନେ ସେହି ଷ୍ଟଲରୁ ଭଲଘିଅ ନେଇ ଦୀପ ବିକ୍ରୀ କରିବେ । ଏପରିକି ଶ୍ରୀମନ୍ଦିର ପରିସରରେ ଓମଫେଡ ପକ୍ଷରୁ ଗୋଟିଏ ଦୋକାନ ମଧ୍ୟ ଖୋଲିବାର ବ୍ୟବସ୍ଥା ହେଉଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା ।