ଖୁବ୍ ଶୀଘ୍ର ହେବ ‘ଚେକ୍ ବାଉନ୍ସ’ ପାଇଁ କଠୋର ଦଣ୍ଡ ବିଧାନ

25

କନକ ବ୍ୟୁରୋ: ବିମୁଦ୍ରାକରଣ ପରେ ପରେ କ୍ୟାସଲେସ୍ କାରବାରକୁ ପ୍ରୋତ୍ସାହିତ କରୁଥିବା ସରକାର ଏବେ ଚେକ୍ ବାଉନ୍ସ ମାମଲା ପାଇଁ କଠୋର ଦଣ୍ଡ ବିଧାନ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ସଂପର୍କିତ ନିୟମକୁ କିଛି ମାତ୍ରାରେ ସଂଶୋଧନ କରାଯିବ ।

ପ୍ରାକ୍ ବଜେଟ୍ କାମ ଆରମ୍ଭ ଦ୍ୱାରା ଅର୍ଥମନ୍ତ୍ରଣାଳୟର ଅଧିକାରୀମାନେ ବାଣିଜ୍ୟ ସଂଘର ପ୍ରତିନିଧିମାନଙ୍କୁ ଭେଟିଲାବେଳେ ଏପରି ପ୍ରସ୍ଥାବ ଆସିଥିଲା ।ଏବଂ ବିମୁଦ୍ରାୟନତ୍ତୋର ବ୍ୟବସାୟକୁ ସହଜରେ ଚଳାଇବାକୁ ସରକାର ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀବୋଲି ସଂଘ ଦାବି କରିଥିଲା ।

ଦେଶରେ ନଗଦ ଟଙ୍କାକୁ ନେଇ ଉପୁଜୁଥିବା ସମସ୍ୟାକୁ ନେଇ ବ୍ୟବସାୟୀମାନେ ବ୍ୟାଙ୍କ ଚେକ୍ ମାଧ୍ୟମରେ କାରବାର କରୁଛନ୍ତି ଏବଂ ଏଭଳି କ୍ଷେତ୍ରରେ ଚେକ୍ ବାଉନ୍ସ ହୋଇଯାଉଥିବାରୁ ଗ୍ରାହକମାନଙ୍କଠାରୁ ଚେକ୍ ଗ୍ରହଣ କରିବାକୁ ଭୟ କରୁଛନ୍ତି । ତେଣୁ,ବାଉନ୍ସ ଚେକ୍ ନିମନ୍ତେ କଠୋର ଦଣ୍ଡ ବିଧାନ ଲୋଡା ବୋଲି ସେମାନଙ୍କର ଦାବି ରହିଛି ।

ସରକାର ସଂଘର ନିର୍ଦ୍ଦିଷ୍ଟ ପ୍ରସ୍ତାବରେ ରାଜି ହେବେ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ, କେନ୍ଦ୍ର ସରକାର ଚେକ୍ ବାଉନ୍ସ ମାମଲା ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡିଛି । ତେବେ ଏନେଇ ପାର୍ଲାମେଂଟର ଆସନ୍ତା ବଜେଟ୍ ଅଧିବେଶନରେ ଉପସ୍ଥାପନ କରାଯିବ ।