ପୁଣେ ସାବିତ୍ରୀବାଈ ଫୁଲେ ବିଶ୍ୱବିଦ୍ୟାଳୟରେ ଅଜବ ସର୍କୁଲାର ! ଶାକାହାରୀ ନହେଲେ ମିଳିବନି ଗୋଲ୍ଡ ମେଡାଲ

25

କନକ ବ୍ୟୁରୋ: ପୁନେର ଏକ ବିଶ୍ୱବିଦ୍ୟାଳୟର ସର୍କୁଲାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଣେର ସାବିତ୍ରୀ ବାଇ ଫୁଲେ ବିଶ୍ୱବିଦ୍ୟାଳୟ ଏହି ସର୍କୁଲାର ଜାରି ହୋଇଛି । ସର୍କୁଲାର ଅନୁସାରେ, ସାକାହାରୀ ହେଲେ ହିଁ ଛାତ୍ରଙ୍କୁ ମିଳିବ ଗୋଲଡ ମୋଡାଲ । ସର୍କୁଲାରରେ ୧୦ ସର୍ତ୍ତ ବି ଦିଆଯାଇଛି । ଏଥିରେ ପ୍ରମୁଖ ରହିଛି ନିଶା ଦ୍ରବ୍ୟ ସେବନ ନ କରିବା, ଯୋଗ ଓ ପ୍ରାଣାୟମ କରିବା ।

ଏହି ସର୍କୁଲାର ୨୧ ଅକ୍ଟୋବରରେ ଜାରି କରାଯାଇଛି । ଏହାକୁ ବିଭିନ୍ନ ଛାତ୍ର ସଙ୍ଗଠନ ବିରୋଧ କରିଛନ୍ତି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଯୋଗଗୁରୁ ଟ୍ରଷ୍ଟ ଦ୍ୱାରା ଏହି ମେଡାଲ ସାଇନ୍ସ ଓ ନନ-ସାଇନ୍ସର ପୋଷ୍ଟ ଗ୍ରାଜୁଏଟ ଛାତ୍ରଙ୍କୁ ଦିଆଯାଇଥାଏ । ସର୍କୁଲାରକୁ ଶିବସେନା ଓ ଏନସିପି କଡା ବିରୋଧ କରିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବି କହିଛନ୍ତି, ଏହି ମାମଲା ଟ୍ରଷ୍ଟ ସମ୍ମୁଖରେ ରଖାଯିବ ।