ବାହାରେ ଖାଇବା ହେଲା ଶସ୍ତା । ଜାଣନ୍ତୁ ଆଗରୁ ଦେଉଥିଲେ କେତେ, ଏବେ ଦେବାକୁ ପଡିବ କେତେ ?

39

ଜିଏସଟିରେ ବଡ ପରିବର୍ତ୍ତନ । ଜିଏସଟି କାଉନସିଲ ବୈଠକରେ ନିଆଯାଇଛି ବଡ଼ ନିଷ୍ପତି । ୨୮ ପ୍ରତିଶତ ଟ୍ୟାକ୍ସ ସ୍ଲାବରେ ଥିବା ୧୭୮ଟି ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇ ୧୮ ପ୍ରତିଶତ ରଖାଯାଇଛି । ନଭେମ୍ବର ୧୫ ତାରିଖରୁ ଏହି ନୂଆ ଟିକସ ହାର ଲାଗୁହେବ । ମାତ୍ର ୫୦ଟି ସାମଗ୍ରୀ ଉପରେ ଉଚ୍ଚ ଟିକସ ସ୍ଲାବ ରହିବ । ଆଗରୁ ମୋଟ ୨୨୮ ଟି ସାମଗ୍ରୀ ଉପରେ ୨୮ ପ୍ରତିଶତ ଟିକସ ଥିଲା । ତେବେ ନୂଆ ନିଷ୍ପତି ଅନୁସାରେ ରେଷ୍ଟ୍ରୁରାଂଟରେ ଖାଇବା ଶସ୍ତା ହୋଇଯିବ । ଷ୍ଟାର ହୋଟେଲକୁ ଛାଡିଦେଲେ ଅନ୍ୟ ହୋଟେଲରେ ଖାଇଲେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଟିକସ ଦେବାକୁ ହେବ ।

ସେହିପରି ଦୈନନ୍ଦିନ ବ୍ୟବହାର ହେଉଥିବା ଚକୋଲେଟ୍, ଚୁଇଙ୍ଗ ଗମ୍, ଫେସିଆଲ ମେକ୍ ଅପ୍ ସାମଗ୍ରୀ, ସେଭିଂ କ୍ରିମ୍, ଆଫ୍ଟର ସେଭ୍ ଲୋସନ, ସାମ୍ପୋ, ଡିଓଡୋରାଂଟ, ଟୁଥ ପେଷ୍ଟ, ପୁଷ୍ଟିକର ପାନୀୟ, ୱାସିଂ ପାଉଡର, ଗ୍ରାନାଇଟ୍ ଏବଂ ମାର୍ବଲ ଆଦି ସାମଗ୍ରୀ ଶସ୍ତା ହେବ । କାରଣ ଏହା ଉପରେ ଟିକସ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ଅରୁଣ ଡେଟଲୀ କହିଛନ୍ତି, ୧୩ଟି ସାମଗ୍ରୀ ଯାହା ପୂର୍ବରୁ ୧୮ ପ୍ରତିଶତ ଟିକସ ସ୍ଲାବରେ ଥିଲା, ସେଗୁଡିକୁ ୧୨ ପ୍ରତିଶତ ସ୍ଲାବରେ ରଖାଯାଇଛି । ସେହିପରି ୬ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୫ ପ୍ରତିଶତ , ୮ ଟି ସାମଗ୍ରୀକୁ ୧୨ରୁ ୫ ପ୍ରତିଶତ ଏବଂ ୬ଟି ଆଇଟମ, ଯାହା ପୂର୍ବରୁ ୫ ପ୍ରତିଶତ ଥିଲା, ତାକୁ ଟିକସ ମୁକ୍ତ କରାଯାଇଛି । ତେବେ ଜିଏସଟି ହାରରେ ଏହି ପରିବର୍ତ୍ତନ ପରେ ବାର୍ଷିକ ୨୦ ହଜାର ଟଙ୍କାର ରାଜସ୍ୱ କ୍ଷତି ଘଟିବ । ସେପଟେ ରଙ୍ଗ ଓ ସିମେଂଟ ଉପରେ ପୂର୍ବଭଳି ୨୮ ପ୍ରତିଶତ ଟିକସ କାଏମ୍ ରହିଛି । ସେହିପରି ୱାସିଂ ମେସିନ ଓ ଏୟାର କଣ୍ଡିସନର ଭଳି ବିଳାସ ସାମଗ୍ରୀ ଉପରେ ମଧ୍ୟ ଏହି ହାରରେ ଟିକସ ଦେବାକୁ ପଡିବ ।

କିଭଳି ପ୍ରକାରେ ଶସ୍ତା ହେବ ବାହାରେ ଖାଦ୍ୟ ଖାଇବା

ପୂର୍ବରୁ କେତେ ଟାକ୍ସ ଦେବାକୁ ପଡୁଥିଲା

ଅରୁଣ ଜେଟଲୀଙ୍କ ସୂଚନା ମୁତାବକ, ଦେଶର ସମସ୍ତ ଏସି ଏବଂ ନନଏସି ରେଷ୍ଟୁରାଂଟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ପ୍ରଥମେ ନନ ଏସି ରେଷ୍ଟୁରାଂଟରେ ଖାଇବା ବିଲ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ କରାଯାଉଥିଲା । ଏହାବ୍ୟତୀତ ଏସି ରେଷ୍ଟୁରାଂଟରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା ।

ନନ ଏସି ରେଷ୍ଟୁରାଂଟରେ ଖାଇବା କେତେ ହେବ ଶସ୍ତା

ବର୍ତ୍ତମାନ                                                             ୧୫ ନଭେମ୍ବରରୁ

ଖାଇବା ବିଲ                                                                  ୧୦୦୦

ଏସଜିଏସଟି ଆଦରେଟ୍ ୬ ପ୍ରତିଶତ                                           ୬୦

ସିଜିଏସଟି ଆଦରେଟ୍ ୬ ପ୍ରତିଶତ                                             ୬୦

ମୋଟ                                                                         ୧୧୨୦

ଆପଣଙ୍କ ସଂଚୟ= ୭୦ ଟଙ୍କା

ଖାଇବା ବିଲ                                                                 ୧୦୦୦

ଏସଜିଏସଟି ଆଦରେଟ୍ ୨.୫ ପ୍ରତିଶତ                                      ୨୫

ସିଜିଏସଟି ଆଦରେଟ୍ ୨.୫ ପ୍ରତିଶତ                                         ୨୫

ମୋଟ                                                                         ୧୦୫୦

ଏସି ରେଷ୍ଟୁରାଂଟରେ ଖାଇବା କେତେ ହେବ ଶସ୍ତା

ବର୍ତ୍ତମାନ                                                            ୧୫ ନଭେମ୍ବରରୁ

ଖାଇବା ବିଲ                                                                 ୧୦୦୦

ଏସଜିଏସଟି ଆଦରେଟ୍ ୬ ପ୍ରତିଶତ                                         ୯୦

ସିଜିଏସଟି ଆଦରେଟ୍ ୬ ପ୍ରତିଶତ                                            ୯୦

ମୋଟ                                                                        ୧୧୮୦

ଆପଣଙ୍କ ସଂଚୟ= ୧୩୦ ଟଙ୍କା

ଖାଇବା ବିଲ                                                               ୧୦୦୦

ଏସଜିଏସଟି ଆଦରେଟ୍ ୨.୫ ପ୍ରତିଶତ                                    ୨୫

ସିଜିଏସଟି ଆଦରେଟ୍ ୨.୫ ପ୍ରତିଶତ                                      ୨୫

ମୋଟ                                                                       ୧୦୫୦

ହୋଟେଲ ଚାର୍ଜ ଉପରେ କେତେ ଫରକ୍ ପଡିବ

ଷ୍ଟାର ହୋଟେଲ ଯେଉଁମାନେ କି ପ୍ରତିଦିନ ଗୋଟିଏ ରୁମ ପାଇଁ ୭,୫୦୦ ଟଙ୍କା କିମ୍ବା ଅଧିକ ଚାର୍ଜ କରିଥାନ୍ତି, ତେବେ ତା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ ଏବଂ ତାଙ୍କୁ ଇନପୁଟ ଟାକ୍ସ କ୍ରେଡିଟ୍ ଆଇଟିସିର ଲାଭ ମଧ୍ୟ ମିଳିବ । ହେଲେ ସେହି ସମସ୍ତ ରେଷ୍ଟୁରାଂଟ ଯେଉଁଂମାନେ କି ୭,୫୦୦ରୁ କମ ଚାର୍ଜ ନିଅନ୍ତି ତେବେ ସେଗୁଡିକ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯିବ ଏବଂ ତାଙ୍କୁ ଆଇଟିସିର ଲାଭ ମିଳିବ ନାହିଁ ।

ସୌଜନ୍ୟ: ଦୈନିକ ଭାସ୍କର