ଜମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କୀ ହମଲା ! ୪ ସିଆରପିଏଫ୍ ଓ ୪ ପୁଲିସ୍ ସହିଦ, ୨ ଆତଙ୍କବାଦୀ ନିହତ

20

କନକ ବ୍ୟୁରୋ : ଜାମ୍ମୁକାଶୀର ପୁଲୱାମାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଡ ଧରଣର ଏନକାଉଂଟର ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ୮ଜଣ ଯବାନ ସହିଦ୍ ହୋଇଥିବା ବେଳେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସହିଦ୍ ହୋଇଥିବା ୮ ଜଣଙ୍କ ମଧ୍ୟରେ ୪ ଜଣ ସିଆରପିଏଫର ହୋଇଥିବା ବେଳେ ଆଉ ୪ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି । ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦର ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି ।

ଏହି ଏନକାଉଂଟର ପରେ ପୁଲୱାମାରେ ଇଂଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଂଚଳର କିଛି ପରିବାରକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣା ଘଟିବାର କିଛି ସମୟ ଆଗରୁ ସୁରକ୍ଷାକର୍ମୀ ମାନେ ପୋଲିସ ଲାଇନ ଅଂଚଳରେ ଦୁଇ ୩ ଜଣ ସଂଦିଗ୍ଧଙ୍କୁ ଦେଖିବାକୁ ପାଇଥିଲେ । ଠିକ୍ ଏହି ସମୟରେ ଆତଙ୍କବାଦୀମାନେ ଫାଏରିଂ ଆରମ୍ଭ କରିଥିଦେଇଥିଲେ । ଘଟଣାସ୍ଥଳରେ ହିଁ ଜଣେ ସୁରକ୍ଷାକର୍ମୀ ସହିଦ୍ ହୋଇଯାଇଥିଲେ । ଏହାକୁ ନେଇ ଦୀର୍ଘ ସମୟ ଧରି ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଂଟର ଜାରି ରହିଥିଲା ।