ବିମାନବନ୍ଦରରେ ସ୍ୱାମୀଙ୍କ ପ୍ରେମିକାକୁ ମାଡ ମାରିବା ଘଟଣା ! ପୁରା ମାମଲାରେ ଆସିଛି ଜଣେ ସ୍ଥାନୀୟ ନେତାଙ୍କ ଭୂମିକା

21

କନକ ବ୍ୟୁରୋ : ଭୁବନେଶ୍ୱରର ବିମାନ ବନ୍ଦରରେ ସ୍ୱାମୀଙ୍କ ପ୍ରେମିକାକୁ ତାଙ୍କ ସ୍ତ୍ରୀ ମାଡ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଏବେ ଘଟଣାରେ ଆସିଛି ନୂଆ ମୋଡ । ପୁରା ମାମଲାରେ ଜଣେ ସ୍ଥାନୀୟ ନେତାଙ୍କ ଭୂମିକା ସାମ୍ନାକୁ ଆସିଛି । ମାଡ ଖାଇଥିବା ଯୁବତୀ ଅଭିଯୋଗ କରିଛନ୍ତି, ସ୍ଥାନୀୟ ନେତା ଜଣଙ୍କ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନଜରବନ୍ଦୀ ରଖିଥିଲେ ।

ମହିଳାଙ୍କ ଅଭିଯୋଗ, ମାଡ ମାରିଥିବା ମହିଳାଙ୍କ ସାଙ୍ଗରେ ଥିଲେ ଜଣେ ପାୱାରଫୁଲ କର୍ପୋରେଟର । କର୍ପୋରେଟର ଓ ତାଙ୍କ କିଛି ସହେଯାଗୀ ମିଶି ଏୟାରପୋର୍ଟରୁ ଅପହରଣ କଲେ । ଆଉ ଗନ୍ ପଏଂଟରେ ଲକ୍ଷ୍ମୀସାଗର ଅଂଚଳରେ ଥିବା ଏକ କର୍ପୋରେଟର ଅଫିସ ଭିତରେ ନଜରବନ୍ଦୀ ଅବସ୍ଥାରେ ରଖିଲେ । ହେଲେ ଏଯାଏ ନା ପୁଲିସ୍ ଶୁଣିଲା ନା ଏତଲା ଦେଲା ପରେବି ହେଲା କୌଣସି କାର୍ଯ୍ୟାନୁଷ୍ଠାନ ।

ଏୟାରପୋର୍ଟର ଅପହରଣ କାହାଣୀ ପଦାକୁ ଆସିବା ପରେ, ମାଡ ମାରିଥିବା ମହିଳାଙ୍କ ସ୍ୱାମୀ ବି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । ତାଙ୍କୁ ବି ଠିକ ସମାନ ଢଙ୍ଗରେ ମାଡ ମରାଗଲା ଓ କିଛି ଗୁଣ୍ଡା ଅପହରଣ କରି ଭୁବନେଶ୍ୱର ସାରା ବୁଲାଇଲେ । ଆଉ ମୁଣ୍ଡରେ ବନ୍ଧୁକ ଲଗାଇ କୋର୍ଟ ପେପରରେ ଦସ୍ତଖତ କରାଇନେଲେ ।