ହକ୍ ପାଇଁ ହରତାଳରେ ବ୍ୟାପକ ହିଂସା ! ୫ଘଂଟା ପାଇଁ ଆତଙ୍କ ବନିଗଲେ ବିଜେଡ଼ି କର୍ମୀ

23

କନକ ବ୍ୟୁରୋ : ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନେଲା ହିଂସାର ରୂପ । ୫ ଘଂଟାର ଏହି ହରତାଳ ସମୟରେ ରାଜରାସ୍ତାରେ ଚାଲିଲା ଆତଙ୍କରାଜ । ଆନ୍ଦୋଳନକାରୀମାନେ ହାତରେ ଲାଠି ଧରି ଯାହାକୁ ପାରିଲେ ପିଟିଲେ । କାରର କାଚ ବି ଭାଙ୍ଗିଲେ, କିନ୍ତୁ ସତେ ଯେମିତି ତାହା ଯଥେଷ୍ଟ ନଥିଲା । ଆନ୍ଦୋଳନକାରୀମାନେ ଆମ୍ବୁଲାନ୍ସକୁ ବି ବାଟ ଛାଡିଲେ ନାହିଁ । ଫଳରେ ଓଡିଶା ଏହି ୫ ଘଂଟା ଭିତରେ ସଂପୂର୍ଣ୍ଣ ଠପ ହୋଇଗଲା

ରାଜନୀତିର ହିଂସା : ରାସ୍ତା ଉପରେ ଦଙ୍ଗା 
Screen shot 2017-09-18 at 7.37.46 PMରାଜରାସ୍ତାରେ ଅରାଜକତାର ଏହି ସବୁ ଚିତ୍ର, ହରତାଳ ଶବ୍ଦର ସଜ୍ଞାକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ଯେମିତି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ, ବାଛି ନେଇଛି ହିଂସାର ବାଟ । ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ୫ଘଂଟିଆ ହରତାଳ ଲୋକଙ୍କ ପାଇଁ ଯେମିତି ଅଭିଶାପ ପାଲଟିଛି ।

ଏବେ ନଜର ପକାନ୍ତୁ ୫ ଘଂଟାର ୫ଟି ଦୃଶ୍ୟ, ଯାହା ନିର୍ଦ୍ଧାରଣ କରୁଛି ହରତାଳର ନୂଆ ସଜ୍ଞା ।

ଦୃଶ୍ୟ-୧
sc 1ବିଜେଡି କର୍ମୀଙ୍କ ଉତ୍ପାତ । ରାଜରାସ୍ତାରେ ଜଳୁଛି ଟାୟର । ଆଉ ଆନ୍ଦୋଳନକାରୀଙ୍କ ସାମ୍ନାକୁ ଆସିଗଲେ ଆରମ୍ଭ ହୋଇଯାଉଛି ଅତ୍ୟାଚାର । ଆଉ ଏସବୁ ଭିତରେ ବାଦ ପଡ଼ିନି, ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ହକର ଲଢ଼େଇ ଦାବି କରୁଥିବା ବିଜେଡି, ଲୋକଙ୍କ ହକ୍ ପାଇଁ ଲଢ଼ୁଛି, ନା’ ଦଳର ହକ୍ ପାଇଁ ଲଢୁଛି, ତାହା ଏହି ଦୃଶ୍ୟ ହିଁ ବୟାନକରୁଛି ।

ଦୃଶ୍ୟ-୨
sc 2ଏକୁଟିଆ ରାସ୍ତାରେ ଯାଉଥିବା ଯବୁତୀଙ୍କୁ ଘେରିଗଲେ ବିଜେଡି କର୍ମୀ । ପ୍ରାୟ ୨୦ରୁ ୩୦ ଜଣ କର୍ମୀ, ଆରମ୍ଭ କରିଦେଲେ ଭଙ୍ଗାରୁଜା । ଅଶ୍ଳିଳ ଭାଷାରେ ଗାଳିଗୁଳଜ କରିବା ସହ ଧମକଚମକ୍ ନେଇଥିଲେ । ଆଉ ଶେଷରେ କୌଣସି ଉପାୟ ନପାଇ ଫେରିଯାଇଥିଲେ ଯୁବତୀ ।

ଦୃଶ୍ୟ-୩
sc 3ସ୍କରପିଓରେ ବିଜେପି ପତାକା, ଯେମିତି ଏହି ଗାଡ଼ିଚାଳକଙ୍କ ପାଇଁ ଅଭିଶାପ ପାଲଟିଗଲା । ବିଜେଡି ଓ ନବୀନ ନାରା ଭିତରେ ଆରମ୍ଭ ହୋଇଗଲା ଆକ୍ରମଣ । ମାତ୍ର କିଛି ମୁହୁର୍ତରେ ଚୁରମାର ହୋଇଗଲା ଗାଡ଼ି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁରେ ଖୋଲାଖୋଲି ହେଲା ହିଂସା ।

ଦୃଶ୍ୟ-୪
ବିଜେଡି-ବିଜେପି କର୍ମୀ ମୁହାଁମୁହିଁ । ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀ ଉପରେ ଆକ୍ରମଣ କରିବାକୁ ପଛାଇ ନାହିଁନ୍ତି ନେତା ଓ କର୍ମୀ । ବିଜେଡିର ତେଳଦର ବୃଦ୍ଧିର ପ୍ରତିବାଦ ଏବଂ ବିଜେପିର ଚାଷୀ ସମସ୍ୟାର ସମାଧାନ ଦାବି । ଆଉ ଏହି ପ୍ରତିଦ୍ୱନ୍ଦିତା ଭିତରେ ଖଣ୍ଡଯୁଦ୍ଧ ।

ଦୃଶ୍ୟ-୫
sc 5ଭୁବନେଶ୍ୱର ଆଇଓସିଏଲ ଅଫିସରେ ଭଙ୍ଗାରୁଜା । ୮୦ରୁ ୯୦ ଜଣ ଯୁବକ ଗେଟ ଭିତରେ ଜବରଦସ୍ତ ପଶିବା ସହ ଆରମ୍ଭ କରିି ଦେଇଥିଲେ ଭଙ୍ଗାରୁଜା । ଅଫିସର କାଚକୁ ପଥର ମାରି ଭାଙ୍ଗିବା ସହ ଫ୍ଲେକ୍ସକୁ ଚିରିଥିବା ଅଭିଯୋଗ କରିଛନ୍ତି ଆଇଓସିଏଲ କୃର୍ତ୍ତପକ୍ଷ ।

ଆଉ ଏସବୁ ଭିତରେ ପ୍ରଶ୍ନ ଉଠୁଛି-
-ଲୋକଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ ହେଉଛି ନା’ ହଇରାଣ କରିବାକୁ ଆନ୍ଦୋଳନ ହେଉଛି ?
-ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ କାହିଁକି ବଳି ପଡ଼ିବେ ସାଧାରଣ ଜନତା ?
-ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଡାକରା ଦେଇ କାହିଁକି ବାଛି ନିଆଯାଉଛି ହିଂସାର ପନ୍ଥା ?

ଯନ୍ତ୍ରଣାରେ ଛଟପଟ୍ କ୍ୟାନ୍ସର ରୋଗୀକୁ ବି ଛାଡ଼ିଲେନି ହସ୍ପିଟାଲ : 

ଜନତାଙ୍କ ହକ୍ ଏବଂ ସ୍ୱାର୍ଥ ନାଁରେ ହରତାଳ ହେଉଛି, ବନ୍ଦ ପାଳନ ହେଉଛି । ହେଲେ ଯେଉଁ ଜନ ସାଧାରଣଙ୍କ ନାଁ ନେଇ ଏତେ ବଡ ବଡ ଆନ୍ଦୋଳନ ହେଉଛି, ସେମାନେ ପାଉଛନ୍ତି କ’ଣ । କ’ଣ ରହିଛି ଏହି ଆନ୍ଦୋଳନର ପାଶ୍ୱର୍ପ୍ରତିକ୍ରିୟା । ବିଜେଡିର ୫ଘଂଟିଆ ହରତାଳ ବେଳେ କନକ ନ୍ୟୁଜ୍ କଏଦ୍ କରିଛି ଏମିତି ଏକ କାହାଣୀ ।

ଖୋର୍ଦ୍ଧାର କୈଳାସ ଚନ୍ଦ୍ର କର । ଯିଏ ଗୁରୁତର ରୋଗରେ ପୀଡ଼ିତ, ବୟସ ପ୍ରାୟ ୮୦ ବର୍ଷ । ଚିକିତ୍ସା ପାଇଁ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲେ । ହେଲେ ଠିକ୍ ଆଚାର୍ଯ୍ୟ ବିହାର ଛକରେ ପହଂଚିବା ବେଳକୁ ପଡ଼ିଯାଇଥିଲେ ବିଜେଡି କର୍ମୀଙ୍କ ହାବୁଡରେ । କାର ଅଛି କିଏ ଏବଂ ଆଉ କ’ଣ ପାଇଁ ଯାଇଛନ୍ତି, କିଛି ବି ବୁଝିବା ଆଗରୁ ଆରମ୍ଭ ହୋଇଗଲା ଭଙ୍ଗାରୁଜା ।

ଗାଡ଼ି ଉପରେ ଆକ୍ରମଣ କରିବା ସହ ବିଜେଡି କର୍ମୀ ଆରମ୍ଭ କରିଦେଲେ ଭଙ୍ଗାରୁଜା । ଯେଉଁଥିରେ ଗାଡ଼ିର କାଚ ଭାଙ୍ଗି ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟଙ୍କ ଦେହରେ ବି ଲାଗିଥିଲା । ରୋଗୀଙ୍କୁ ନେଇ ହସ୍ପିଟାଲ ଯାଉଥିବା କହିବା ପରେ ବି ପଶିନଥିଲା ବିଜେଡି କର୍ମୀଙ୍କ ଚେତା ।

ଆଉ ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ସାଗରିକା । ନାରିକୁ ସମ୍ମାନର କଥା କହୁଥିବା ନବୀନ, ମୋର ବିଶ୍ୱାସ କରାଇଛନ୍ତି ବୋଲି ସେ ଟ୍ୱିଟ୍ରେ ଲେଖିଛନ୍ତି । ତେବେ ଏଯାଏଁ ଏହି ଟ୍ୱିଟ୍ର କୌଣସି ପ୍ରତିଉତର ଆସିନାହିଁ ।

ଜୀବନ ବିକଳରେ ହସ୍ପିଟାଲ ଧାଇଁ ଆସୁଥିବା ରୋଗୀଙ୍କ ଗାଡ଼ିକୁ ଏଭଳି ଆକ୍ରମଣ ଘଟଣା ହିଁ ବୟାନ କରୁଛି, କେଉଁ ଲୋକଙ୍କ ସ୍ୱାର୍ଥ ଓ ହକ୍ ପାଇଁ ଲଢ଼େଇ ଲଢ଼ୁଛନ୍ତି ରାଜନୈତିକ ଦଳର ନେତା ଓ କର୍ମୀ ।