ବାହୁବଳୀ ବିଧାୟକଙ୍କ ଗୁଣ୍ଡାଗିରିର ପ୍ରତିବାଦ : ପ୍ରଶାନ୍ତ ଜଗଦେବଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ

45

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାହୁବଳୀ ବିଧାୟକଙ୍କୁ ମହଙ୍ଗା ପଡିଲା ଗୁଣ୍ଡାଗିରି । ନିଜ ସରକାରୀ କ୍ୱାଟର ଆଗରେ ଏକ ଚାଳି ହୋଟେଲ ଭାଙ୍ଗିବାକୁ ଯାଇ ବିଧାୟକ ପ୍ରଶାନ୍ତ ଜଗଦେବ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସ୍ଥାନୀୟ ଦୋକାନୀ ଓ କିଛି ସ୍ଥାନୀୟ ଛାତ୍ର ବାଇକ ରାଲିରେ ଆସି ବିଧାୟକଙ୍କ ବାସଭବନ ଆଗରେ ବିକ୍ଷୋଭ କରୁଛନ୍ତି । ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କ୍ଷତିପୂରଣ ଦାବି କରିଛନ୍ତି  । ବିଧାୟକ ତାଙ୍କ ଗୁଣ୍ଡାଗିରି ବନ୍ଦ କରିବା ସହ ଭାଙ୍ଗିଥିବା ହୋଟଲ ମାଲିକଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି ହୋଇଛି । ସ୍ଥାନୀୟ ଲୋକଙ୍କର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଛି ବିଜୁ ଛାତ୍ର ଜନତା ଦଳ ।

ପ୍ରଥମେ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ପିଟିଲେ ପରେ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ ମାରି ଚର୍ଚ୍ଚାକୁ ଆସିଥିଲେ ପ୍ରଶାନ୍ତ ଜଗଦେବ । ତେବେ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ବାହୁବଳୀ ବିଧାୟକଙ୍କୁ ଘଂଟ ଘୋଡାଉଥିବା ବିଜେଡି କିନ୍ତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କୁ ଗାଳି ଗୁଲଜ । ଘଟଣାରେ ପ୍ରତିକ୍ରିୟା ରଖିଥିଲା । ବିଧାୟକ ଅମର ଶତପଥୀ କହିଥିଲେ ବିଧାୟକଙ୍କ ଏଭଳି ଆଚରଣ ଅଶୋଭନୀୟ ।