ଜମ୍ମୁ-କଶ୍ମୀର ପୁଲିସରେ ପାକିସ୍ତାନୀ ଏଜେଂଟ ! ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇ ନିଲମ୍ବିତ ହେଲେ ତନବୀର ଅହମ୍ମଦ

33

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ପୁଲିସରେ ପାକିସ୍ତାନୀ ଏଜେଂଟ । ଚାକିରି କରିଥିଲେ କଶ୍ମୀର ପୁଲିସରେ କିନ୍ତୁ ଏଜେଂଟ ଭାବରେ ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିଲେ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ । ନିଲମ୍ବିତ ପୁଲିସ ଅଧିକାରୀ ତନବୀର ଅହମ୍ମଦ ଆର୍ମଡ ପୁଲିସ କଂଟ୍ରୋଲ ରୁମରେ ଡେପୁଟି ସୁପରିଟେଣ୍ଡଂଟ ଭାବେ କାର୍ଯ୍ୟରତ ଥିଲେ । ତନବୀର ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ କଶ୍ମରୀ ଘାଟିର ସୁରକ୍ଷାବଳଙ୍କ ନିୟୋଜନ ଓ ଚାଲିଥିବା ଉତେଜନା ସମ୍ପର୍କରେ ତଥ୍ୟ ଯୋଗାଉଥିଲେ ।

ହ୍ୱାଟ୍ସଆପ୍ ମାଧ୍ୟମରେ ତଥ୍ୟ ଯୋଗାଇଥିଲେ । ଏହା ଜଣା ପଡିବା ପରେ ସମ୍ପୃକ୍ତ ପୁଲିସ୍ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜମୁକାଶ୍ମୀର ପୁଲିସ ଡିଜିପି  । ଡିଜିପି କେ. ରାଜେନ୍ଦ୍ର କୁମାର କହିଛନ୍ତି ଏନେଇ ଗୃହ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି । ଏବଂ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ପରବର୍ତି ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପଟରେ ତନବୀର କହିଛନ୍ତି ସେ ଯାହା ବି କରିଛନ୍ତି ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ କରିଛନ୍ତି ।