ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ! ଆସନ୍ତାକାଲି ସୁନ୍ଦରଗଡ ଗସ୍ତରେ ଯିବେ ନବୀନ ପଟ୍ଟନାୟକ

25

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତକୁ ବିରୋଧ । ଆସନ୍ତାକାଲି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କୁତ୍ରା ଅଂଚଳରେ ବିଭିନ୍ନ ସ୍ଥାନରେ କଟୁ ମନ୍ତବ୍ୟ ଲେଖାଯାଇଛି । ଲାଲ ରଙ୍ଗରେ ଲେଖାଯାଇଥିବା ଏହି ମନ୍ତବ୍ୟକୁ କିଏ ଲେଖିଛି ତାହା ଜଣାପଡିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଏସପି ସୂଚନା ଦେଇଛନ୍ତି । କିଏ ଓ କାହିଁକି ଏହା ଲେଖିଛି ତାହାର ତଦନ୍ତ ଚାଲିଥିବା ଏସପି କହିଛନ୍ତି ।

bolangir cm programmeସୂଚନାଯୋଗ୍ୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବଲାଙ୍ଗୀର ଗସ୍ତ କରିଛନ୍ତି । ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ଆଶଙ୍କାରେ ୪୦ଜଣ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବଲାଙ୍ଗୀର ଟାଉନ୍ ପାଇଁ ଜଳଯୋଗାଣ ପ୍ରକଳ୍ପ, ୧୨୫ ଶଯ୍ୟା ବିଶିଷ୍ଟ ମା’ ଓ ଶିଶୁ ଚିକିତ୍ସା ହସପିଟାଲ, ମାଧିଆପଲ୍ଲୀ ଓ ସୋନଗଡରେ ନିର୍ମିତ ହାଇଲେଭଲ ସେତୁର ଉଦଘାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦେଓଗାଁ ବ୍ଲକର ପାଣ୍ଡେଲରେ ଯୋର ନାଳ ଉପରେ ସେତୁ, ଲୋଇସିଙ୍ଗା-ଭରସୁଜା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭଲ ସେତୁର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।