ବହୁ ଚର୍ଚ୍ଚିତ ଟିଭି ଶୋ’ ‘କୈାନ ବନେଗା କରୋଡପତି’ : ଏବେ କଣ କରୁଛନ୍ତି କେବିସି ୨୦୧୧ର ବିଜେତା ସୁଶିଲ୍ କୁମାର ?

52

 ବହୁ ଚର୍ଚ୍ଚି ଟିଭି ଶୋ’ କୈାନ ବନେଗା କରୋଡପତି । ଯାହାର ଲୋକପ୍ରିୟତାର ଖୁବ୍ ଉର୍ଦ୍ଧ୍ୱରେ । ଏଥିରେ ଭାଗ ନେଇ ଅର୍ଥ ଉର୍ପାଜନ ସହ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କ ଦମଦାର ଉପସ୍ଥାପନା ଏହି ଶୋ’କୁ ଦେଇଛି ଚମକ । ସୋନୀ ଟିଭିରେ ପ୍ରସାରିତ ଏହି ଶୋ’ଟି ଦେଶର ଘରେ ଘରେ ପରିଚିତ ଓ ଆଦୃତ । ଛୋଟ ଠାରୁ ବଡ ସମସ୍ତେ ଏହାକୁ ଆପଣେଇଛନ୍ତି । ଆଉ ଏହି ଶୋ’ ଟି ଯେତେଯେତେ ଏପିସୋଡ ଆଗକୁ ଯାଉଛି । ତାର ବିଜେତାଙ୍କ ସଂଖ୍ୟା ମଧ୍ୟ ବଢିଛି ସେହି ମାତ୍ରାରେ ।

ଯଦି ତୁମେ ୩.୬କୋଟି ଜ୍ୟାକପଟ୍ ଜିତିବ , ଏହାକୁ ନେଇ କଣ କରିବ ? ଏମିତି ପ୍ରଶ୍ନ ଥିଲା କେବିସି-୫ର ୨୦୧୧ମସିହାର ବିଜେତା ସୁଶିଲ କୁମାରଙ୍କୁ । ବିହାର, ମୋତିହାରିର ସେହି ଯୁବକ କେବିସିରେ ଭାଗ ନେଇ ରଚିଥିଲେ ସଫଳତା । ଆଉ ଜିତିଥିଲେ ୩.୬ କୋଟି ଟଙ୍କା । ଆଉ ଏହି ଅର୍ଥରେ ସଜାଡିଥିଲେ ନିଜର ପରିବାର । ଏହାରି ଭିତରେ ବିତି ଯାଇଛି ଅନେକ ବର୍ଷ । ଅନେକ ବିଜେତା କେବିସିରେ ଦେଖେଇଛନ୍ତି ନିଜର ଜ୍ଞାନର କରିସ୍ମା । ଆଉ ଜିତିଛନ୍ତି ଟଙ୍କା ରାଶି ।

ଆପଣଙ୍କର ନିଶ୍ଚୟ ଜାଣିବାକୁ ଇଚ୍ଛା ହେଉଥିବ କେବିସି ସିଜିନ-୫ର ବିଜେତା ସୁଶିଲ କୁମାର ଏବେ କରୁଛନ୍ତି କ’ଣ ? ଏତେ ରକମର ଟଙ୍କା ନେଇ କଲେ କଣ ? ବ୍ୟବସାୟ ନା ଆଉ କିଛି । ହଁ , ଏବେ ଏହି କେବିସି ବିଜେତା ଜଣେ ସରକାରୀ ସ୍କୁଲ ଶିକ୍ଷକ ଭାବେ ନିଜର ଭବିଷ୍ୟତ ଗଢିବାକୁ ଯାଉଛନ୍ତି । ଏବେ ନିକଟରେ ବିହାରର ଶିକ୍ଷକତା ଦକ୍ଷତା ପରୀକ୍ଷା (ଟିଇଟି) ଦେଇଛନ୍ତି । ଶିକ୍ଷକତାରେ ମାସିକ ଦରମା ପାଇବେ ୧୮ହଜାର । ସୁଶିଲ କୁମାର ହେଉଛନ୍ତି ଲୋକପ୍ରିୟ ଟିଭି ପ୍ରୋଗ୍ରାମ କେବିସିର ପ୍ରଥମ ବିଜେତା ।

ଗତ ମାସରେ ଦ ହିନ୍ଦୁର ରିପୋର୍ଟ ଅନୁସାରେ , ସୁଶିଲ କୁମାର ଗରିବ ଦଳିତ ଶ୍ରେଣୀୟ ଛାତ୍ରଙ୍କୁ ମାଗଣାରେ ପାଠ ପଢାଉଛନ୍ତି । ନିଜ ଘର ଠାରୁ କିଛି କିଲୋମିଟର ଦୂରରେ ଥିବା କୋଟୋୱା ବ୍ଲକର ମାଛରଗୱା ପଂଚାୟତରେ ୪୦ ଜଣ ପିଲାଙ୍କୁ ନେଇ ପଢାଉଛନ୍ତି ପାଠ । ବିନା ସ୍ୱାର୍ଥରେ ଗଢୁଛନ୍ତି ସେମାନଙ୍କର ଭବିଷ୍ୟତ । ଦ ହିନ୍ଦୁକୁ ସେ କହିଛନ୍ତି, ଏହି କାମରେ ସେ ଖୁବ୍ ଆନନ୍ଦ ଅନୁଭବ କରନ୍ତି । ଯେତେବେଳେ ସୁଶିଲ କୁମାର କେବିସିରେ ବିଜେତା ହୋଇଥିଲେ , ସେତେବେଳେ ସେ ଜଣେ କଂପ୍ୟୁଟର ଅପରେଟର ଭାବେ ମହାତ୍ମାଗାନ୍ଧୀ ନ୍ୟାସନାଲ ଏମ୍ପ୍ଲୟମେଂଟ ଗ୍ୟାରେଂଟି ଆକ୍ଟ ଅଫିସରେ କାମ କରୁଥିଲେ ।

ସୁଶିଲ କେବିସି ଅର୍ଥରେ କ’ଣ କରିଥିଲେ ?
ଅର୍ଥ ପାଇବାରେ ସୁଶିଲ ପ୍ରଥମେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେବିସି ହୋଷ୍ଟ ଅମିତାଭ ବଚ୍ଚନ ଡିସେମ୍ବର ୨୦୧୧ରେ ସୁଶିଲଙ୍କୁ ୩.୫କୋଟିର ଏକ ଚେକ୍ ପ୍ରଦାନ କରିଥିଲେ । ଏହି କେବିସିରୁ ପାଇଥିବା ଅର୍ଥରୁ କିଛି ଅଂଶରେ ସେ ତିଆରି କରିଥିଲେ ଦ୍ୱିମହଲ କୋଠା । ବର୍ତ୍ତମାନ ତାଙ୍କର ପୁରା ପରିବାରର ୧୯ ସଦସ୍ୟ ସେହି ଘରେ ରହୁଛନ୍ତି । ଅର୍ଥ ପାଇବା ପରେ ଏକ ଭଲ ଘର ତିଆରି କରି, ସେଥିରେ ପରିବାରକୁ ରଖିବା ତାଙ୍କର ପ୍ରଥମ ପ୍ରୟାସ ଥିଲା ବୋଲି ସୁଶିଲ କହିଛନ୍ତି ।

ସୁଶିଲ ମଧ୍ୟ ମୋତିହାରିରେ ନିଜ ମା’ଙ୍କ ନାଁରେ ଏକ ପ୍ଲଟ୍ କିଣିଛନ୍ତି । ଆଉ ନିଜର ଭାଇ ଓ ଅନ୍ୟ ସଂପର୍କୀୟଙ୍କୁ ସେମାନଙ୍କର ବ୍ୟବସାୟ ପାଇଁ ସାହାଯ୍ୟ କରିଛନ୍ତି । ଯାହା ସେ ଦ ହିନ୍ଦୁକୁ କହିଛନ୍ତି । ସେ ମଧ୍ୟ ଦିଲ୍ଲୀରେ ନିଜର ଜଣେ ବନ୍ଧୁଙ୍କ ସହ ମିଶି ଆରମ୍ଭ କରିଛନ୍ତି କ୍ୟାବ୍ ବିଜନେସ୍ । ଆଉ କିଛି ଦୋକାନ କିଣିଛନ୍ତି ମୋତିହାରି ଟାଉନରେ । ଆଉ ବଳକା ଅର୍ଥକୁ ସୁଶିଲ ବ୍ୟାଙ୍କରେ ଡିପୋଜିଟ୍ ସୁଧ ଅର୍ଥ ପାଉଛନ୍ତି ।

( ସୌଜନ୍ୟ-ଏନଡି ଟିଭି)