ରେଭେନ୍ସାରେ ପ୍ରାଧ୍ୟାପିକାଙ୍କୁ ସହକାରୀ ପ୍ରାଧ୍ୟାପକଙ୍କ ଅସଦାଚରଣ ଅଭିଯୋଗ ! ଜୀବନରେ ମାରିଦେବାକୁ ଧମକ,ଥାନାରେ ମାମଲା

31

କନକ ବ୍ୟୁରୋ : ରେଭେନ୍ସାରେ ଜଣେ ପ୍ରାଧ୍ୟାପିକା ଅସଦାଚରଣର ଶିକାର ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ଡିପାର୍ଟମେଂଟ କୋଠରୀରେ ପ୍ରଧ୍ୟାପିକାଙ୍କ ନିଜ ବିଭାଗର ଜଣେ ସରକାରୀ ପ୍ରଫେସର, ପ୍ରାଧ୍ୟାପିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଅଧ୍ୟାପିକା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ପ୍ରାଧ୍ୟାପିକା ଏହାକୁ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ତନାଘନା କରିବା ସହ ବିଶ୍ୱବିଦ୍ୟାଳୟକୁ ଯାଇ ତନାଘନା କରିଛି । ଏପରିକି ସଂପୃକ୍ତ ପ୍ରାଧ୍ୟାପିକାଙ୍କୁ ବି ଏ ବାବଦରେ ପଚରାଉଚରା କରିଛି । ଘଟଣାକୁ ରେଭେନ୍ସା କର୍ତ୍ତୃପକ୍ଷ ମଧ୍ୟ ଗୁରୁତର ସହ ନେଇଛନ୍ତିି । ଏହି ନଜରକୁ ଆସିବା ପରେ ରେଭେନସା ରେଜିଷ୍ଟ୍ରାର କହିଛନ୍ତି, ଅଭିଯୋଗକାରିଣୀ-ଅଭିଯୁକ୍ତ ପରଷ୍ପର ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ନେଇ ଏକ କମିଟି ଗଠନ କରାଯାଇଛି । କମିଟିକୁ ୧୦ରୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।