ପ୍ରଧାନମନ୍ତ୍ରୀଙ୍କ ଆଜିଠୁ ୪ଦିନିଆ ବିଦେଶ ଗସ୍ତ : ଆମେରିକା ସମେତ ୩ଦେଶ ଗସ୍ତ କରିବେ ନରେନ୍ଦ୍ର ମୋଦି

34

କନକ ବ୍ୟୁରୋ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜିଠୁ ୪ଦିନିଆ ବିଦେଶ ଗସ୍ତ ଆରମ୍ଭ ହୋଇଛି । ଏହି ଗସ୍ତ କାଳରେ ସେ ଆମେରିକା ସମେତ ୩ ଦେଶ ଗସ୍ତ କରିବେ । ଆଜି ସେ ପର୍ତ୍ତୁଗାଲରେ ରହିବେ । ଲିସବନରେ ସେ ସେଠାକାର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱି-ପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ।

ବିଶେଷକରି ଆର୍ଥିକ ସହଯୋଗ ଓ ଆତଙ୍କବାଦ ମୁକାବିଲା ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏହାଛଡା ପ୍ରଧାନମନ୍ତ୍ରୀ ପର୍ତ୍ତୁଗାଲରେ ରହୁଥିବା ପ୍ରବାସୀ ଭାରତୀୟ ଓ ସେଠାକାର ସିଇଓଙ୍କୁ ଭେଟିବା ବି କାର୍ଯ୍ୟକ୍ରମ ରହିଛି । ୨୫ ଓ ୨୬ ତାରିଖରେ ଆମେରିକା ଗସ୍ତରେ ଯିବେ ନରେନ୍ଦ୍ର ମୋଦି । ୨୬ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ମୋଦି । ଏହି ସାକ୍ଷାତ ଉପରେ ବିଶ୍ୱବାସୀଙ୍କ ନଜର ରହିଛି । ଟ୍ରମ୍ପ ରାଷ୍ଟପତି ହେବା ପରେ ଉଭୟଙ୍କ ଏହା ହେବ ପ୍ରଥମ ଭେଟଘାଟ । ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡ ଯିବେ ।