କେଉଁଠି ଗଧିଆ, କେଉଁଠି ଶିଆଳ ! ମେଣ୍ଢାକୁ ମାରୁଛି କିଏ, ସରକାରୀ ଅଧିକାରୀ ରଖିଲେ ଉତ୍ତର

69

କନକ ବ୍ୟୁରୋ : ନିଆଳି, ଭଞ୍ଜନଗରରେ ଆତଙ୍କ ଖେଳାଇଥିବା ଜଙ୍ଗଲି ଜନ୍ତୁଙ୍କ ସଂପର୍କରେ ଅନୁଧ୍ୟାନ କରିବାକୁ ଆସିଥିବା ଡେରାଡୁନ ବିଶେଷଜ୍ଞ ଦଳ ପ୍ରେସମିଟ୍ କରିଛନ୍ତି । ବିଭିନ୍ନ ଅନୁସନ୍ଧାନ ପରେ ମେଣ୍ଢା ମାରୁଥିବା ଜନ୍ତୁ ଗଧିଆ, ହେଟା ଓ ବିଲୁଆ ପ୍ରଜାତିର ବୋଲି ସନ୍ଦେହ କରୁଥିବା ସୂଚନା ଦେଇଛନ୍ତି ଏହି ବିଶେଷଜ୍ଞ ଦଳ । ବନ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା ପରେ ପ୍ରଭାବିତ ଅଂଚଳରେ ଲୋକଙ୍କ ସହ ଆଲୋଚନା କରିଥିଲେ ଏହି ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ।

ଜଙ୍ଗଲି ଜନ୍ତୁଙ୍କ ପଗମାର୍କ, ମୃତ ମେଣ୍ଢାଙ୍କ ଅବସ୍ଥିତି ଦେଖିବା ପରେ ଏହି ସିନ୍ଧାନ୍ତରେ ପହଂଚିଛି ଟିମ୍ । ଆଗକୁ ଜଙ୍ଗଲି ଜନ୍ତୁଙ୍କୁ କାବୁ କରିବା ଲାଗି ବିଭିନ୍ନ ସ୍ଥାନରେ ବସାଉଥିବା ଜନ୍ତାକୁ ଅଧିକ ମଜଭୂତ କରିବା ଓ ଏଗୁଡିକ ଉପରେ ସତର୍କ ନଜର ରଖିବା ଲାଗି ଟିମ ପରାମର୍ଶ ଦେଇଛନ୍ତି । ସେହିପରି ମେଣ୍ଢାମୃତ୍ୟୁ ପରେ ଜଙ୍ଗଲି ଜନ୍ତୁର ସ୍ୱାବ ସଂଗ୍ରହ କରି ଏହା କେଉଁ ପ୍ରଜାତିର ସେନେଇ ଅଧିକ ଅନୁସନ୍ଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।