ସାଇନ୍ ଫ୍ଲୁ ଚିକିତ୍ସା ଲାଗି ଡାକ୍ତରଖାନାରେ ପ୍ରଚୁର ପରିମାଣରେ ଔଷଧ ମହଜୁଦ ଅଛି : ସ୍ୱାସ୍ଥ୍ୟମନ୍ତ୍ରୀ

39

କନକ ବ୍ୟୁରୋ : ବଢ଼ୁଛି ସାଇନ୍ ଫ୍ଲୁ ସଙ୍କଟ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସାଇନ୍ ଫ୍ଲୁର ସ୍ଥିତି ସମୀକ୍ଷା କରିଛନ୍ତି । ସରକାରୀ ଡାକ୍ତରଖାନାରେ ପ୍ରଚୁର ପରିମାଣରେ ଔଷଧ ମହଜୁଦ ଥିବା ପ୍ରତାପ ଜେନା କହିଛନ୍ତି । ଘରୋଇ ହସ୍ପିଟାଲରେ ମାଗଣା ଔଷଧ ଟୀକା ଦିଆଯାଉଛି । ସାଧାରଣ ଲୋକଙ୍କୁ ଆଗୁଆ ପ୍ରତିଷେଧକ ଟୀକା ଦିଆଯାଉନି । ସମସ୍ତେ ପ୍ରତିଷେଧକ ନେବାର ଆବଶ୍ୟକତା ନାହିଁ । ଡାକ୍ତରଙ୍କ ପରାମର୍ଶରେ ଟୀକା ନେବାକୁ କହିଛନ୍ତି ପ୍ରତାପ ଜେନା ।

ମଙ୍ଗଳବାର ୩୦ଟି ରକ୍ତନମୁନା ଯାଂଚରୁ ପୁଣି ୧୫ଟି ପଜିଟିଭ୍ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ରାଜ୍ୟରେ ପରୀକ୍ଷଣ ହୋଇଥିବା ୪୬୦ଟି ସାମ୍ପୁଲ ମଧ୍ୟରୁ ୧୫୫ଟି ଏଚ୍ୱାନଏନୱାନ୍ ପଜିଟିଭ୍ ବାହାରିଛି । ଏହା ସହିତ ଏପର୍ଯ୍ୟନ୍ତ ଏହି ରୋଗରେ ଚଳିତ ବର୍ଷ ୯ଜଣଙ୍କ ପ୍ରାଣ ଗଲାଣି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଲାଗି ରହିଛି ।