ଅନୁଗୁଳରେ ୱାର୍ଡମେମ୍ବର ଓ ତାଙ୍କ ସ୍ୱାମୀଙ୍କୁ ପ୍ରଜାକୋର୍ଟ ଦଣ୍ଡ ! ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ନଦେବାରୁ ଜରିମାନା

27

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ବନ୍ତଳ ଥାନା ବଡକେରା ପଂଚାୟତକ ଗୁଡିଆପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିବାରୁ ଗାଁଲୋକେ ୱାର୍ଡ ମେମ୍ବର ଓ ତାଙ୍କ ସ୍ୱାମୀଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି । ପଂଚାୟତ ନିର୍ବାଚନରେ ନାଏବ ସରପଂଚ ପ୍ରାର୍ଥୀଙ୍କୁ ୱାର୍ଡ ମେମ୍ବର ମଲ୍ଲିକା ସାହୁ ଭୋଟ ଦେଇନଥିଲେ ।

ଫଳରେ ରାଜନୈତିକ ଆକ୍ରୋଶ ରଖି ମଲ୍ଲିକା ସାହୁ ଓ ତାଙ୍କ ସ୍ୱାମୀଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ ଲୋକେ । ଜୋରିମାନା ବାବଦକୁ ୫୦ ହାଜର ଟଙ୍କା ନଦେଲେ ଗାଁ ଗାଁ ବୁଲି ଘଂଟ ପିଟି ଭୁଲ ମାଗିବାକୁ ଗାଁ ଲୋକେ କହିଥିଲେ । ଶେଷରେ ୱାର୍ଡ ମେମ୍ବରଙ୍କ ସ୍ୱାମୀ ଦୁଷ୍ମନ୍ତ ସାହୁ ଗାଁ ଗାଁ ବୁଲି ଘଂଟ ପିଟି ଭୁଲ ମାଗିଥିବା ଜଣାଯାଇଛି ।