ରାଜନୀତିରେ ‘ମମତା’! ଗୋଳିଆ ପାଣିରୁ ଫାଇଦା ନେବାକୁ ଆଗେଇ ଆସିଲା କଂଗ୍ରେସ

19

କନକ ବ୍ୟୁରୋ: ମମତା ଯୋଜନାକୁ ନେଇ ବିବାଦ ବଢିବାରେ ଲାଗୁଛି । ଏହି ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଜା ରାଜନୈତିକ ମୋଡ ନେଇଛି । ନୂଆ ଯୋଜନା ଅନୁସାରେ ମୋଦି ଓ ନବୀନ ମିଶି ଦେବେ ୬ ହଜାର ଟଙ୍କା । ହେଲେ ଏବେି ବି ଯୋଜନା ହାଇଯାକ୍ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଯେଉଁଥି ପାଇଁ ମମତା ଯୋଜନାର ନୂଆ ରୂପରେଖ ସ୍ପଷ୍ଟ ହୋଇ ପାରୁନି ।

ତେବେ ହଜାରେ ପରିବର୍ତ୍ତେ ମମତା ଯୋଜନାରେ ମିଳିବ ୬ ହଜାର ଟଙ୍କା । ଯାହା ସିଧା ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଚର୍ଚ୍ଚା ହେଉଛି, ମମତା ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶୀଦାନୁ ଅଙ୍କକୁ ନେଇ ନବୀନଙ୍କ ହାତରୁ ଯୋଜନା ଛଡାଇ ନେବେ ମୋଦି । ଯେଉଁଥି ପାଇଁ ଏହା ଆଉ କେବଳ ନବୀନଙ୍କ ଯୋଜନା ହୋଇ ରହିବ ନାହିଁ । ୨୦୧୧ ମସିହାରୁ ମମତା ଯୋଜନାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଉଥିଲେ । ହେଲେ ଅନ୍ୟପଟେ କେନ୍ଦ୍ର ଅଧିକ ଅର୍ଥ ଦେଉଥିବା କହି ହିସାବ ଦେବାରେ ବ୍ୟସ୍ତ ରହୁଥିଲା ବିଜେପି । ମୋଦିଙ୍କ ନୂଆ ଘୋଷଣାନାମା ପରେ ବି ଯୋଜନାର ଶ୍ରେୟ ନେବାକୁ ପଛାଉ ନାହାନ୍ତି ବିଜେଡି ଓ ବିଜେପି ।

ପୂର୍ବରୁ କଂଗ୍ରେସ ମଧ୍ୟ କହୁଥିଲା ଯେ ଉପା ସରକାର ସମୟରେ ମମତା ଯୋଜନା ଆରମ୍ଭ ହୋଇଥିଲା । ଯେଉଁଥି ପାଇଁ ଏହା କଂଗ୍ରେସର ଯୋଜନା ବୋଲି ଦାବି କରୁଥିଲା କଂଗ୍ରେସ । ତେବେ,ଯୋଜନା ଯାହାର ହେଉ ନା କାହିଁକି, ଏହାର ରାଜନୈତିକ ଶ୍ରେୟ ନେଇ ଭୋଟ୍ ବ୍ୟାଙ୍କ ହାତେଇବାର ସୁଯୋଗକୁ କୌଣସି ଦଳ ହାତଛଡା କରୁ ନାହାନ୍ତି । ହେଲେ ମୋଦିଙ୍କ ନୂଆ ଘୋଷଣାମାନାର ଫାଏଦା ସିଧା ଗର୍ଭବତୀ ମହିଳା ପାଇବେ । ଯାହାର ଶ୍ରେୟ ନବୀନ ନେବା କାଠିକର ପାଠ ହୋଇପାରେ ।