ପ୍ରଚାର ଶେଷଦିନରେ ଦେଖିବାକୁ ମିଳିଲା ହାଇଭୋଲଟେଜ ଲଢେଇ । ପୁଣି ଥରେ ମୋଦି-ରାହୁଲ ପରସ୍ପରକୁ କଲେ ସମାଲୋଚନା

୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି

121

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ନିର୍ବାଚନୀ ପ୍ରଚାର ଶେଷ ହେବା ପରେ ନିର୍ବାଚନ କୋଳାହଳ ମଧ୍ୟ କମିଯାଇଛି । ଆସନ୍ତା ରବିବାର ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ । ଶେଷ ପର୍ଯ୍ୟାୟରେ ୮ ରାଜ୍ୟରେ ୫୯ ସିଟରେ ମୋଟ ନିର୍ବାଚନ ହେବା ପାଇଁ ଯାଉଛି । ଆସନ୍ତା ରବିବାର ଦିନ ବାରାଣାସୀ ଆସନରେ ମଧ୍ୟ ନିର୍ବାଚନ ହେବାପାଇଁ ଯାଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଶେଷ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ମଧ୍ୟ ପ୍ରଦେଶର ୮, ବିହାରର ୮, ଝାରଖଣ୍ଡର ୩, ପଞ୍ଜାବର ୧୩, ହିମାଚଳ ପ୍ରଦେଶର ୪ ଓ ଚଣ୍ଡିଗଡ଼ ସିଟରେ ଭୋଟ୍ ଗ୍ରହଣ ହେବ।

ତେବେ ଆସନ୍ତା ରବିବାର ହେବାକୁ ଥିବା ନିର୍ବାଚନରେ ଆଜି ଶେଷ ଦିନରେ ପ୍ରଚାର ମୈଦାନରେ ବହୁ ହେଭିୱେଟ୍ ନେତାଙ୍କୁ ଦେଖିବାକୁ ମିଳିଥିଲା । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଦେଶର ଖରଗୋନରେ ରାଲି କରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ହମଲା କରିଥିଲେ। ଅନ୍ୟ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ସୋଲନରେ ରାଲି କରିବା ସହ ବିଜେପି ଉପରେ ସମାନ ଢଙ୍ଗରୈେ ବର୍ଷିଥିଲେ । କହିବାକୁ ଗଲେ ଶେଷଦିନ ନିର୍ବାଚନରେ ନେତାଙ୍କ ମଧ୍ୟରେ ଜୋରଦାର ଆରୋପ ଓ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ କାହା ଉପରେ ଜନତା ବିଶ୍ୱାସ କରିବେ ତାହା ଉପରେ ରହିଛି ନଜର ।