ବାଇକ ଚାଳକଙ୍କୁ ପୋଲିସ ବାଣ୍ଟିଲା ମାଗଣା ହେଲମେଟ ! ରାପିଡୋ ଟାକ୍ସି ଆପ୍ ତରଫରୁ ଲୋକଙ୍କୁ କରାଗଲା ସଚେତନ ।

ଫାଇନ କାଟିବା ବଦଳରେ ମାଗଣାରେ ଖୋଦ ପୋଲିସ କମିଶନର ଲୋକଙ୍କୁ ହେଲମେଟ ବାଟିଂଥିବା ନଜର ଆସିଛନ୍ତି ।

185

କନକ ବ୍ୟୁରୋ: ଆଜି ଲୋକଙ୍କୁ ପୋଲିସ ବାଟିଂଲା ହେଲାମେଟ । ଫାଇନ କାଟିବା ବଦଳରେ ମାଗଣାରେ ଖୋଦ ପୋଲିସ କମିଶନର ଲୋକଙ୍କୁ ହେଲମେଟ ବାଟିଂଥିବା ନଜର ଆସିଛନ୍ତି । ମାଗଣା ହେଲମେଟ ନେବାକୁ ବେଶ ଭିଡ ମଧ୍ୟ ଜମିଥିଲା । ତେବେ ବିନା ହେଲମେଟ ରେ ଘରୁ ବାହାରିଲେ ଆପଣ ପୋଲିସ ହାତରେ ଧରା ପଡି ଥିବେ ନିଶ୍ଚୟ । ଫାଇନ ବାବଦରେ ୫ଶହରୁ ୧ହଜାର ଟଙ୍କା ଗଣିବି ଥିବେ । ବେଳେ ବେଳେ ଫାଇନ ନଦେଇପାରି ଘଟାଂ ଘଟାଂ ହଇରାଣ ହୋଇଥିବେ । କିନ୍ତୁ ଆଜି ଯେଉଁ ମାନଙ୍କର ହେଲମେଟ ନାହିଁ ସେମାନଙ୍କୁ ପୋଲିସ ପାଖରେ ଫାଇନ ଗଣିବାକୁ ପଡିନି । ବରଂ ପୋଲିସ ନିଜେ ମାଗଣାରେ ହେଲମେଟ ଦେଇଛି । ନୁଆ ହେଲମେଟ ପାଇ କି ବେଶ୍ ଖୁସି ଅଛନ୍ତି ଲୋକେ ।
ରାପିଡୋ ଟାକ୍ସି ଆପ୍ ତରଫରୁ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇ ପାଖାପାଖି ୨୦୦ ଶହରୁ ଅଧିକ ହେଲମେଟ ବାଟିଂବା ପାଇଁ କମିଶନରେଟ ପୋଲିସକୁ ଦିଆଯାଇଥିବା ବେଳେ, ଏଜି ଛକ ଠାରେ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ଖୋଦ ନିଜେ ରହି ହେଲମେଟ ନପିନ୍ଦି କି ଆସୁଥିବା ଲୋକଙ୍କୁ ଅଟକାଇ ଫାଇନ ନକାଟି ହେଲମେଟ ପିନ୍ଦାଇଥିଲେ । କିଛି ସମୟ ଭିତରେ ହେଲମେଟ ନେବା ପାଇଁ ଜୋର ଦାର ଭିଡ ବି ଜମିଥିଲା । ସେପଟେ ରାପିଡୋ ଟ୍ୟାକ୍ସି ଆପ୍ ର କର୍ତୁପକ୍ଷବି କହିଛନ୍ତି, ଆଗାମୀ ଦିନରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏମିତି ସଚେତନ କାର୍ଯ୍ୟକ୍ରମ କରାଯିବ । ତେବେ ଏଥିସବୁ ମଧ୍ୟରେ ପୋଲିସ ପଷରୁ ହୋଇଥିବା ଏହି ସଚେତନ କାର୍ଯ୍ୟକ୍ରମ କେତେ ପ୍ରଭାବିତ କରିବ ଲୋକଙ୍କୁ ତାହା ଦେଖିବାକୁ ରହିଲା ।