କୋଣାର୍କକୁ ନେଇ ସରଗରମ ରାଜନୀତି ! ନୂଆଦିଲ୍ଲୀ ପରେ ଭୁବନେଶ୍ୱରରେ ହେବ ଉଚ୍ଚସ୍ତରୀୟ ବୈଠକ ।

62

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ କୋଣାର୍କର ସୁରକ୍ଷା ନେଇ ନୂଆଦିଲ୍ଲୀରେ ଘମାଘୋଟ ଆଲୋଚନା ପରେ ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ହେବ । ଏଥିରେ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମା ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଏଏସଆଇର ଅଧିକାରୀ ଯୋଗ ଦେବେ । ଏହାରି ଭିତରେ କୋଣାର୍କକୁ ନେଇ ରାଜନୈତିକ ବୟାନବାଜି ବି ଜାରି ରହିଛି ।

ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, କୋଣାର୍କ ମନ୍ଦିର ସ୍ଥିତି ସଂଗୀନ ହୋଇପଡିଛି । ଏଥିପାଇଁ ଏଏସଆଇ ଦାୟୀ । ଦିଲ୍ଲୀରେ ବସି ଆଲୋଚନା କଲେ କିଛି ଲାଭ ନାହିଁ , ବାବୁମାନେ କୋଣାର୍କ ଗସ୍ତ ନକରି ତୁରନ୍ତ ଗୋଟିଏ ବିଶେଷଜ୍ଞ ଦଳ ପଠାଯାଉ । ବିଜେଡି କହିଛି, କେନ୍ଦ୍ର ସ୍ୱତନ୍ତ୍ର ଭାବେ କୋଣାର୍କ କଥା ବିଚାର କରୁ । ତେବେ କୋଣାର୍କ ମନ୍ଦିରକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । କୋଣାର୍କର ସୁରକ୍ଷା ନେଇ ନୂଆଦିଲ୍ଲୀରେ ଆଲୋଚନା ହୋଇଥିଲା । ଆସନ୍ତା ୧୦ ତାରିଖରେ ମଧ୍ୟ କୋଣାର୍କର ସୁରକ୍ଷା ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ତଦନ୍ତ ବୈଠକ ଅନୁଷ୍ଠିତ ହେବ ।