ସାବାସ ପୁରୀ ପୋଲିସ ! ସମୁଦ୍ରରେ ଗାଧୋଇବା ବେଳେ ଚୋରି ହୋଇଗଲା ଛାତ୍ରୀଙ୍କ ବ୍ୟାଗ, ମାତ୍ର ୧୦ ମିନିଟରେ ଚୋରକୁ ଧରିଲା ପୋଲିସ

772

କନକ ବ୍ୟୁରୋ : ୧୦ମିନିଟରେ ଚୋରକୁ ଧରିଲା ପୁଲିସ  । ହିନ୍ଦୀ ଫିଲ୍ମ ହେଉ କି ସାଧାରଣ ଜୀବନ ସବୁବେଳେ ଦେଖାଯାଏ ଚୋର ଗଲା ପରେ ପୁଲିସ ଆସେ  । ହେଲେ ଏହାକୁ ଭୁଲ ପ୍ରମାଣିତ କରିଛି ପୁରୀ ପୁଲିସ୍  । ଗତକାଲି ଠିକ ଦିନ ୧୧ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ଛାତ୍ରୀ ସମୁଦ୍ରରେ ଗାଧୋଉଥିବା ସମୟରେ ତାଙ୍କ ବ୍ୟାଗ୍ ଓ ମୋବାଇଲ୍ ଚୋରି ହୋଇଥିଲା  । ବ୍ୟାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଥିବାରୁ ଛାତ୍ରୀଜଣକ କାନ୍ଦି କାନ୍ଦି ସମୁଦ୍ରକୁଳ ଥାନାରେ ପହଁଚିଥିଲେ  ।

ଆଉ ଛାତ୍ରୀଙ୍କ ଅଭିଯୋଗ ପରେ ମୋବାଇଲ ନମ୍ବରକୁ ଆଧାର କରି ପୁଲିସ ଆରମ୍ଭ କରିଥିଲା ଛାନଭିନ୍  । ମୋବାଇଲ ଟ୍ରାକିଂ ଜରିଆରେ ପୁଲିସ ମାତ୍ର ୧୦ ମିନିଟ୍ ମଧ୍ୟରେ ପୁରୀ ରେଲୱେ ଷ୍ଟେସନ ନିକଟରୁ ଚୋରକୁ ଧରିଥିଲା  । ଚୋରଜଣକ ବୌଦ୍ଧ ଅଂଚଳର ହୋଇଥିବା ବେଳେ ତା ନିକଟରୁ ଚୋରି ହୋଇଥିବା ମୋବାଇଲ ଓ ବ୍ୟାଗ୍ ଜବତ ହୋଇଛି  । ପୁଲିସର ଏହି କାର୍ଯ୍ୟକୁ ସାଧାରଣରେ ଉଚ୍ଚପ୍ରଶଂସା ମିଳିଛି  ।