ବାଣପୁରରେ ବିଷାକ୍ତ ଚକୋଲେଟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

28

ବାଣପୁର : ଚକୋଲେଟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ୪୯ ଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡିଛି । ବାଣପୁର ମାଣିକପୁର ଅଂଚଳରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବାର୍ଥ ଡେ ପାର୍ଟି ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ଚକୋଲେଟ ଖାଇବା ପରେ ପ୍ରଥମେ ପିଲାମାନଙ୍କ ମୁଣ୍ଡ ବୁଲାଇଥିବାବେଳେ ପରେ ଅଚେତ ହୋଇପଡିଥିଲେ । ରେଡ ବିୟର ନାମକ ଏକ କମ୍ପାନିର ଚକୋଲେଟ ଖାଇ ଏହି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଛାତ୍ରଛାତ୍ରୀ ବାଣପୁର ମାଣିକପୁର ଅଂଚଳର ବୋଲି ଜଣାପଡିଛି । ଘଟଣାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଛି । ସ୍କୁଲ ଶିକ୍ଷକଙ୍କଠାରୁ ଚକୋଲେଟ ଜବତ କରି ଟେଷ୍ଟ ପାଇଁ ପଠାଯାଇଛି । ଚକୋଲେଟ ଖୋଳ ଉପରେ ମାନ୍ୟୁଫ୍ୟାକଚର ଓ ଏକ୍ସପାଏରୀ ଡେଟ ନାହିଁ । ଏହି ଘଟଣା ପରେ ବାଣପୁରର ଯେଉଁ ଦୋକାନର ଚକୋଲେଟ କିଣାଯାଇଥିଲା ସେହି ଦୋକାନ ଉପରେ ଚଢାଉ କରାଯାଇଛି ।