ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୧ ହଜାର କୋଟି ଟଙ୍କାର ଠକେଇ! ବିଦେଶକୁ ଯାଇଛି ଠକେଇ ପଇସା

33

ମୁମ୍ବାଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏକ ଶାଖାରେ ଏକ ବଡ ଠକେଇର ପର୍ଦ୍ଦାଫାସ ହୋଇଛି । ଜାଲ ଦେଣନେଣ ମାଧ୍ୟମରେ ଏହି ଠକେଇ ହୋଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସଂପୃକ୍ତ ଶାଖାରେ ୧୧ ହଜାର ୩୬୦ କୋଟି ଟଙ୍କାର ଜାଲ ଟ୍ରାଞ୍ଚାକସନ କରାଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦେଣନେଣ କିଛି ଖାସ୍ ଖାତାଧାରୀଙ୍କ ସହମତିରେ କରାଯାଇଛି । ସଂପୃକ୍ତ ଲୋକଙ୍କୁ ଫାଇଦା ପହଂଚାଇବା ପାଇଁ ଏଭଳି କରାଯାଇଛି । ତେବେ ସଂପୃକ୍ତ ଖାତାଧାରୀଙ୍କ ନାଁର ଖୁଲାସା ହୋଇନାହିଁ ।

ଏଭଳି ଟ୍ରାଞ୍ଜାକସନ ଦ୍ୱାରା ବିଦେଶରେ ଥିବା ଅନ୍ୟ ବ୍ୟାଙ୍କର ଗ୍ରାହକଙ୍କୁ ଅଗ୍ରୀମ ଦିଆଯାଇଥିବା କଥା ସାମ୍ନାକୁ ଆସିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଭଳି ଠକେଇ ଜଣାପଡିବା ପରେ ଆଜି ସେୟାର ବଜାରରେ ବଡ ହ୍ରାସ ଦେଖିବାକୁ ମିଳିଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସେୟାରର ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଖାତାଧାରକଙ୍କ ଆକାଉଣ୍ଟଯାଞ୍ଚ ଏଜେନ୍ସିଙ୍କୁ ଦିଆଯାଇଛି ବୋଲି ଜଣାପଡିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ହେଉଛି ଦେଶର ଦ୍ୱିତୀୟ ବଡ ବ୍ୟାଙ୍କ ଓ ସମ୍ପତି ହିସାବରେ ଦେଖିଲେ ଏହା ହେଉଛି ଦେଶର ଚତୁର୍ଥ ବଡ ବ୍ୟାଙ୍କ ।