ଦେଶର ଅଷ୍ଟମ ସହର ଭାବେ ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ୍ ! ଆଜି ମିୟାପୁର ଷ୍ଟେସନରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

62

କନକ ବ୍ୟୁରୋ: ଆଜି ହାଇଦ୍ରାବାଦ ମେଟ୍ରୋ ରେଲର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ପର୍ଯ୍ୟାୟରେ ୩୦ କିଲୋମିଟର ଚାଲିବାକୁ ଥିବା ଏହି ରେଳ ପ୍ରକଳ୍ପକୁ ମିୟାପୁର ଷ୍ଟେସନରେ ଉଦଘାଟନ କରିବେ ମୋଦି । ଅପରାହ୍ନ ୨ଟା ୧୫ରେ ନୂଆ ରେଳ ସେବାର ଉଦଘାଟନ କରିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ କୁକଟପଲ୍ଲୀ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମିୟାପୁରରୁ ନାଗୋଲେ ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବ । ମୋଟ ୨୪ଟି ଷ୍ଟେସନରେ ଟ୍ରୋନ ରହିବ ଏବଂ ପ୍ରାଥମିକ ପର୍ଯ୍ୟାୟରେ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ଟ୍ରେନ ଚଳାଚଳ କରିବ । ୨୯ ତାରିଖଠୁ ସାଧାରଣ ଜନତା ମେଟ୍ରୋ ଟ୍ରେନରେ ଯାତ୍ରା କରିପାରିବେ । ଏଥିରେ ୩ଟି କୋଚ ବା ଡବା ରହିବ ଏବଂ ପ୍ରତି କୋଚରେ ୩ଶହ ୩୦ଜଣ ଯାତ୍ରୀ ବସି ଯାତ୍ରା କରିପାରିବେ ।

ଦେଶର ୮ମ ସହର ଭାବେ ହାଇଦ୍ରାବାଦରେ ଗଡିବ ମେଟ୍ରୋ ଟ୍ରେନ । ତେବେ ଓଡିଶାର ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟି ନମ୍ବର ଏକ ସ୍ଥାନରେ ରହିଥିବା ବେଳେ ଏଠି କେବେ ମେଟ୍ରୋ ଚଳାଚଳ ସୁବିଧା ଆରମ୍ଭ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।