ହିମାଚଳପ୍ରଦେଶରୁ ଶସ୍ତା ବିମାନ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ! ଅଢେଇ ହଜାର ଟଙ୍କାରେ ଉଡିବେ ଦେଶର ସାଧାରଣ ନାଗରିକ

28

କନକ ବ୍ୟୁରୋ : ହିମାଚଳ ପ୍ରଦେଶରୁ ଶସ୍ତା ଉଡାନ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଢେଇ ହଜାର ଟଙ୍କାରେ ଏଣିକି ସାଧାରଣ ଲୋକ ମଧ୍ୟ ବିମାନରେ ଯାତ୍ରା କରିପାରିବେ । ଉଡାନ ଯୋଜନାରେ ଅଧିନରେ ପ୍ରଥମ ବିମାନ ଆଜି ଉଡାଣ ଭରିଛି । ଆଜି ସିମଲାରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଣିକି ସିମଲାରୁ ମାତ୍ର ଅଢେଇ ହଜାର ଟଙ୍କାରେ ରାଜଧାନୀ ଦିଲ୍ଲୀକୁ ବିମାନରେ ଯାତ୍ରା କରି ହେବ ।

ଆଜି ସିମଲାରୁ ଦିଲ୍ଲୀ, କଡପ୍ପାରୁ ହାଇଦ୍ରାବାଦ ଓ ନାନ୍ଦେଡରୁ ହାଇଦ୍ରାବାଦ ବିମାନ ସେବା ଆରମ୍ଭ ହୋଇଛି । ଏହାସହ ଆସନ୍ତା ବର୍ଷକ ମଧ୍ୟରେ ଦେଶର ଭିନ୍ନ ଭିନ୍ନ ୩୫ଟି ବିମାନ ବନ୍ଦରକୁ ସିମଲା ସହ ଯୋଡା ଯିବ ବୋଲି କହିଛନ୍ତି ମୋଦି । ୨୦୧୬ରେ ଉଡାନ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧିନରେ ଛୋଟ ସହର ଗୁଡିକୁ ଶସ୍ତା ଦରରେ ଦେଶର ଅନ୍ୟ ସହର ସହ ଯୋଡାଯିବ ।