ଉତର-ପୂର୍ବାଂଚଳକୁ ମୋଦିଙ୍କ ଉପହାର ! ଆସାମ ଓ ଅରୁଣାଚଳକୁ ସଂଯୋଗ କରୁଥିବା ଢୋଲା-ସଦିୟା ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

30

କନକ ବ୍ୟୁରୋ : ଆଜି ମୋଦି ସରକାକୁ ପୁରିଛି ୩ ବର୍ଷ । ଆସମରେ ୩ ବର୍ଷ ପୂର୍ତି ଅବସରରେ ଆସାମର ଢୋଲା ଓ ଅରୁଣାଚଳ ପ୍ରଦେଶର ସଦିଆକୁ ସଂଯୋଗ କରୁଥିବା ୯.୧୫ କିଲୋମିଟର ଦୀର୍ଘ ଏହି ପୋଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉତର-ପୂର୍ବଂଚଳ କ୍ଷେତ୍ରକୁ ମୋଦି ସରକାରଙ୍କ ବିକାଶ ଧାରାରେ ଯୋଡିବା ଲାଗି ଏହା ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି । ମୋଦି ସରକାରଙ୍କ ୩ ବର୍ଷ ପୂର୍ତି ଅବସରରେ, ଏହି ପୋଲକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ, ଉତର-ପୂର୍ବଂଚଳ କ୍ଷେତ୍ରକୁ ଉପହାର ଦେଇଛନ୍ତି ।

ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଏହି ପୋଲର ଗୁରୁତ୍ୱ ରହିଛି । ଚୀନ ସୀମାକୁ ଲାଗିରହିଥିବା ଅରୁଣାଚଳ ପ୍ରଦେଶକୁ ଆସାମରୁ ସେନା ସହାୟତା ପଠାଇବାରେ ଏହି ପୋଲ ପ୍ରମୁଖ ଭୂମିକା ନେବ । ଉତର-ପୂର୍ବାଂଚଳ କ୍ଷେତ୍ରରେ ସାମରିକ ଶକ୍ତି ବୃଦ୍ଧି କରିବାରେ ପୋଲଟି ସହାୟକ ହେବ । ପୂର୍ବରୁ ଏହି କ୍ଷେତ୍ରରେ ଲୋକେ କେବଳ ଦିନବେଳା ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ଯିବାଆସିବା କରୁଥିଲେ ।

ଯାହା ବର୍ଷାଦିନେ ବା ବନ୍ୟା ସମୟରେ ସମ୍ଭବ ହେଉନଥିଲା । ଏହି ପୋଲ ଉପର ଆସାମ ଓ ପୂର୍ବ ଅରୁଣାଚଳ ମଧ୍ୟରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେବ । ଆପ୍ରୋଚ ରୋଡକୁ ମିଶାଇ ମୋଟ ୨୮.୫୦ କିଲୋମିଟରର ରାସ୍ତା ନିର୍ମାଣ କରାଯାଇଛି । ଏଥିପାଇଁ ୨ ହଜାର ୫୬ କୋଟି ଟଙ୍କା ବ୍ୟୟ ହୋଇଛି । ଭୂମିକମ୍ପରୁ ସୁରକ୍ଷା ଦେବା ପାଇଁ ପୋଲଟିକୁ ୧୮୨ ଭାଗରେ ତିଆରି କରାଯାଇଛି ।