ବିନା ଟଙ୍କାରେ କରିପାରିବେ ଅଧିକ ଆୟ , ଏହି ୪ଟି ଉପାୟରେ କରନ୍ତୁ ବ୍ୟବସାୟ !

95

ସାଧାରଣତଃ ସମସ୍ତେ ଜାଣନ୍ତି ଅଧିକ ଆୟ କରିବା ପାଇଁ ଟଙ୍କା ଦରକାର ପଡେ । ସାଧାରଣ ଅର୍ଥରେ କହିବାକୁ ଗଲେ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ ଆଉ ଅଧିକ ଟଙ୍କା ଆୟ କରିବାର ସମ୍ଭାବନା ରହିଛି । କଥାରେ ଅଛି ତେଲିଆ ମୁଣ୍ଡରେ ତେଲ, କିନ୍ତୁ ସବୁବେଳେ ଏହି ଉକ୍ତି ଯେ ସତ ହେବ ତାହା ଜରୁରୀ ନୁହଁ । ‘୧୦୦ ଡଲାର ଷ୍ଟାଟðଅପ’ ପୁସ୍ତକ ଅନୁସାରେ ଆପଣ ବିନା ଟଙ୍କା ଖଟାଇ ମଧ୍ୟ ଅଧିକରୁ ଅଧିକ ଟଙ୍କା ଆୟ କରିପାରିବେ ।

ଏଥିପାଇଁ ଆପଣଙ୍କୁୁ କିଛି ଖାସ ଉପାୟ ଆପଣାଇବା ମଧ୍ୟ ଦରକାର ନାହିଁ । ଏହି ଉପାୟ ବ୍ୟବସାୟର ସାଧାରଣ ଉପାୟରୁ ବେଶ ଭିନ୍ନ । ଏହି ଉପାୟ ଆପଣାଇବା ପାଇଁ ଆପଣଙ୍କୁ କମ୍ପ୍ୟୁଟର, ଇଣ୍ଟରନେଟ ପରି କିଛି ସାଧାରଣ ଜିନିଷର ସହାୟତା ନେବାକୁ ପଡିବ । ଏଥିପାଇଁ ନିଜର ଉତ୍ପାଦନ ୟୁନିଟ ଓ ଅନେକ ଲୋକଙ୍କୁ ନିଯୁକ୍ତି ଦେବା କିଛି ଦରକାର ନାହିଁ ।

ଉପାୟ ନଂ ୧- ଯେଉଁ କାମରେ ଆପଣ ଦକ୍ଷ ସେହି କାମ ହିଁ ହାତକୁ ନିଅନ୍ତୁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ କାମ କରିବା ପାଇଁ ସହଜ ହେବ ଓ ଆପଣ କାମର ମଜା ଉଠାଇପାରିବେ । ଏହାଦ୍ୱାରା ଆପଣ କର୍ମକ୍ଷେତ୍ରରେ ଅଧିକ ସଫଳ ହେବେ ।

ଉପାୟ ନଂ ୨ – ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଆପଣ ସେବା ଦେଇ ମଧ୍ୟ ଟଙ୍କା ଆୟ କରିପାରିବେ । କିଛି ସେବା ଆପଣ ଡିଗ୍ରୀ ହାସଲ କରିସାରିବା ପରେ ଦେଇପାରିବେ ଓ କିଛି ଦକ୍ଷତା ହିସାବରେ । ଉଦାହରଣ ସ୍ୱରୂପ ଆପଣ ଡକ୍ଟର ଡିଗ୍ରୀ ହାସଲ କରିସାରିବା ପରେ ରୋଗୀଙ୍କୁ ପରାମର୍ଶ ଦେଇ ଟଙ୍କା ଆୟ କରିପାରିବେ । ଏହ ବ୍ୟତୀତ ଅନ୍ୟପଟେ ଟ୍ୟୁସନ ପଢାଇ, ଟ୍ରାନ୍ସସେଲସ ପରି କାମ କରି ଆପଣ ଟଙ୍କା ଆୟ କରିପାରିବେ । ଏଥିରେ ଆପଣଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ ।

ଉପାୟ ନଂ ୩- ଆଜିକାଲି ଘରେ ଘରେ କମ୍ପ୍ୟୁଟର । ଆପଣ ଇଣ୍ଟରନେଟ ପାଇଁ ଅଳ୍ପ କିଛି ଟଙ୍କା ବିନିମୟରେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ । ଅନଲାଇନ ପାଠ ପଢାଇ ଓ କଣ୍ଟେଣ୍ଟ ଲେଖି ଟଙ୍କା ଆୟ କରିପାରିବେ ।

ଉପାୟ ନଂ ୪- ଯଦି ଆପଣଙ୍କ ପାଖରେ ଇଣ୍ଟରନଟ ସୁବିଧା ଅଛି ଓ ଗ୍ରାଫିକ୍ସ ଉପରେ ଜ୍ଞାନ ଅଛି ତେବେ ଆପଣ ବିନା ଟଙ୍କାରେ ବ୍ୟବସାୟ କରିପାରିବେ । ଇଣ୍ଟରନେଟରେ ଏମିତ ବହୁତ ୱେବସାଇଟ ଅଛି ଯେଉଁଠି ଲୋଗୋ ଡିଜାଇନ କରିବା ସହ ବହୁତ କାମ କରିବାକୁ ହୁଏ । ଏଥିରେ ଆପଣ ସହଜରେ ଟଙ୍କା ଆୟ କରିପାରିବେ ।