ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ! କହିଲେ, ଓଡିଶା ହେଉଛି ସମୃଦ୍ଧ ଇତିହାସ ଓ ସଂସ୍କୃତିର ଭୂମି

74

କନକ ବ୍ୟୁରୋ : ଉତ୍କଳ ଦିବସର ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ଓଡିଶା ହେଉଛି ସମୃଦ୍ଧ ଇତିହାସ ଓ ସଂସ୍କୃତିର ଭୂମି । ଓଡିଶାବାସୀ କଠିନ ପରିଶ୍ରମୀ ଓ ସେମାନେ ସେମାନଙ୍କର ପାରଦର୍ଶୀତା ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶିତ କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଓଡିଶାର ଉଜ୍ଜଳ ଭବିଷ୍ୟତ ଓ ପ୍ରଗତି ପାଇଁ ସେ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଥିବା କହିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡିଶାର ସ୍ଥାପନ ଦିସବ ତଥା ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।