ରୋଜଗାର କରିବାର ନୂଆ ଫର୍ମୂଲା ! ଚାକିରୀ ନାହିଁ କି ବ୍ୟବସାୟ କରୁନାହାନ୍ତି, ହେଲେ ଘଣ୍ଟାକୁ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯୁବତୀ

44

ଆଜିକାଲିର ଯୁବପିଢୀ ରୋଜଗାର କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିଏ ବଡ ଚାକିରୀ କରି ପଇସା ରୋଜଗାର କରିଥାଏ ତ ପୁଣି କିଏ ବ୍ୟବସାୟକୁ ରୋଜଗାରର ମାଧ୍ୟମ କରିଥାଏ । କିନ୍ତୁ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅନ୍ୟ ପାଖରେ ଚାକିରି କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ଏପରିକି ଅଫିସରେ କମ୍ପୁଟର ଆଗରେ ବସି କାମ କରିବାକୁୁ କିଛି ଲୋକ ପସନ୍ଦ କରନ୍ତି ନାହିଁ । ସେହିଭଳି ଜଣେ ଯୁବତୀ ହେଉଛନ୍ତି ଅଷ୍ଟ୍ରେଲିଆର ଚେଲିସିଆ । ଚାକିରୀ କିମ୍ବା ବ୍ୟବସାୟ ନକରି ମଧ୍ୟ ଏବେ ଘଣ୍ଟାକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚେଲିସିଆ । ତାଙ୍କର ବୁଦ୍ଧିମତା ପାଇଁ ଏବେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କିପରି ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ତାହା ଅନେକଙ୍କୁ ଆଶ୍ଚଯ୍ୟ କରିଛି ।

8cdlMBnd9ଚାକିରୀ କିମ୍ବା ବ୍ୟବସାୟ ନ କରି କିଭଳି ସହଜ ଉପାୟରେ ଟଙ୍କା ରୋଜଗାର କରାଯାଇପାରିବ ସେ ବାବଦରେ ଚିନ୍ତା କରୁ କରୁ ଚେଲିସିଆଙ୍କ ମୁଣ୍ଡରେ ଏକ ଭିନ୍ନ ଆଇଡିଆ ଜୁଟିଥିଲା । ତାହାଥିଲା ଅନଲାଇନ ଭିଡିଓଗେମ । ଅନଲାଇନ ଭିଡିଓଗେମ ଖେଳି ଟଙ୍କା ରୋଜଗାର କରିବାକୁ ସ୍ଥିର କରିନେଇଥିଲେ ଚେଲିସିଆ । ଆଉ ନିଜ ମିଶନରେ ଲାଗିପଡିଥିଲେ । ଯେଉଁଠି ଲୋକମାନେ ମନୋରଞ୍ଜନ କରିବା ପାଇଁ ଅନଲାଇନ ଭିଡ଼ିଓ ଗେମ ଖେଳିଥାନ୍ତି ସେଠାରେ ଏହା ମାଧ୍ୟମରେ ପଇସା ରୋଜଗାର କରିବା ଆରମ୍ଭ କରିଦେଇଥିଲେ ଚେଲିସିଆ । ଏକ ୱେବସାଇଟ ମୁତାବିକ ଚେଲିସିଆ ଏକ ଘଣ୍ଟା ଅନଲାଇନ ଭିଡ଼ିଓ ଗେମ ଖେଳି ୮ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ।

ଚେଲିସିଆ ଯେଉଁ ସମୟରେ ଗେମ ଖେଳିଥାନ୍ତି ସେହି ସମୟରେ ଲୋକେ ତାଙ୍କ ଗେମର ଲାଇଭ ଦେଖିଥାନ୍ତି । ଲାଇଭ ଚାଲୁଥିବା ବେଳେ ବିଜ୍ଞାପନ ଓ ସ୍ପନସର ମିଳିବା ଦ୍ୱାରା ତାଙ୍କୁ ଘଣ୍ଟାକୁ ପ୍ରାୟ ୮ ଲକ୍ଷ ଟଙ୍କା ମିଳିଥାଏ । ଚେଲିସିଆଙ୍କର ମୋଟ ୪୬.୬ ଲକ୍ଷ ଫଲୋଅର୍ସ ରହିଛନ୍ତି । ଫଳରେ ସେ ଯେଉଁ ସମୟରେ ଅନଲାଇନ ଗେମ ଖେଳିଥାନ୍ତି ତାଙ୍କୁ ଅନେକ ଲୋକ ଦେଖିଥାନ୍ତି । ଚେଲିସିଆ ସୋସିଆଲ ମିଡିଆରେ ବେଶ ସକ୍ରିୟ । ଅନେକ ସମୟରେ ସେ ନିଜର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥାନ୍ତି । ଚେଲିସିଆଙ୍କ କହିବା ଅନୁଯାୟୀ, ବିନା ଚାକିରୀ ଓ ବ୍ୟବସାୟ ଦ୍ୱରା ପଇସା ରୋଜଗାର କରୁଥିବାରୁ ତାହା ତାଙ୍କ ପାଇଁ ଏକ ଭିନ୍ନ ଅନୁଭୂତି । ଏହାଛଡା ଅନଲାଇନ ଗେମ ଦ୍ୱାରା ଯେତିକି ରୋଜଗାର କରୁଛନ୍ତି ଚାକିରୀ କରିଥିଲେ ସେତିକି ଟଙ୍କା ରୋଜଗାର କରି ପାରିନଥାନ୍ତେ । ଏହାଛଡା ଅନଲାଇନ ଗେମରୁ ରୋଜଗାର କରୁଥିବା ଟଙ୍କାରେ ସେ ପୂରା ପରିବାର ଚଳାଇଥାନ୍ତି । ତେଣୁ ସେ ଏହି କାମ କରି ବେଶ ଖୁସି ।