ଭିମସାରରେ ଚାପା ଉତ୍ତେଜନା ! ରୋଗୀ ସମ୍ପର୍କୀୟଙ୍କ ସହ ଗଣ୍ଡଗୋଳ ପରେ ନିର୍ଦ୍ଦେଶକଙ୍କ ଘରକୁ ପିଜି ଡାକ୍ତରଙ୍କ ଢେଲାମାଡ଼

18

କନକ ବ୍ୟୁରୋ: ଭିମସାରରେ ଚାପା ଉତ୍ତେଜନା । ଭିମସାର ନିର୍ଦ୍ଦେଶକଙ୍କ ଘରକୁ ପିଜି ଡାକ୍ତରଙ୍କ ଢେଲାମାଡ଼ ଅଭିଯୋଗ । ଗତକାଲି ବିଳମ୍ବିତ ରାତିରେ ରୋଗୀ ସମ୍ପର୍କୀୟଙ୍କ ସହ ଗଣ୍ଡଗୋଳ ପରେ ଅଶ୍ୱିନୀ ପୂଝାରୀଙ୍କ ଘରେ ପିଜି ଡାକ୍ତର ଢେଲାମାଡ଼ କରିଥିବା ଅଭିଯୋଗ ହୋଇଛି ।

ଗତକାଲି ରାତିରେ ଡାକ୍ତରଖାନାରେ ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବାରେ ପିଜି ଡାକ୍ତର ବିଳମ୍ବ କରିଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ନିର୍ଦ୍ଦେଶକ ଅଶ୍ୱିନୀ ପୂଝାରୀଙ୍କୁ ଅଭିଯୋଗ କରିଥିଲେ । ଏଥିରେ ପିଜି ଡାକ୍ତରମାନେ ଉତକ୍ଷିପ୍ତ ହୋଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହାପରେ ପିଜି ଡାକ୍ତରମାନେ ନିର୍ଦ୍ଦେଶକଙ୍କ ଘରେ ପହଂଚି ଢେଲା ମାଡ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାତ୍ରଙ୍କୁ ବୁଝାସୁଝା କରିଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭିମସାର କ୍ୟାମ୍ପସରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।