ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ଓ ଲୁଣ ଦେବା ଘଟଣା ! ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିନଂଟେଣ୍ଡେଟଙ୍କୁ ନିଲମ୍ବନ କଲେ ମାଲକାନଗିରି ଜିଲ୍ଲାପାଳ

18

କନକ ବ୍ୟୁରୋ: ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ ଓ ଲୁଣ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ପ୍ରଧାନଶିକ୍ଷକ ଓ ହଷ୍ଟେଲ ରୋଷେୟାଙ୍କୁ ନିଲମ୍ବନ କରାଯାଇଛି । ସେବାଶ୍ରମର ପ୍ରଧାନଶିକ୍ଷକ ସୁକାନ୍ତ ବେହେରା ଓ ହଷ୍ଟେଲ ରୋଷେୟା ମଞ୍ଜୁ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ କେ. ସୁଦର୍ଶନ ।

ସୋରିଷମାଳ ଆବାସିକ ବିଦ୍ୟାଳୟରେ ପିଲାଙ୍କୁ ରାତ୍ରଭୋଜନରେ ଭାତ ଓ ଲୁଣ ଦିଆଯାଇଥିଲା । ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୦ କିଲୋମିଟର ଦୁରରେ ଥିବା ସୋରିଷମାଳ ଆବାସିକ ବିଦ୍ୟାଳୟରେ ଏହି ଘଟଣା ଘଟିଥିଲା । ସରପଂଚ ଏବଂ ଅଭିଭାବକ ମାନେ ଘଟଣା ଟି ଜାଣିବା ପରେ ଜିଲ୍ଲା ପ୍ରଶାସନ କୁ ଜଣାଇଥିଲେ ।