ପୁଣି ବଢିଲା ତେଲ ଦର

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପୁଣି ବଢିଲା ତେଲ ଦର । ସାଧାରଣ ଖାଉଟି ଉପରେ ପଡିିଲା ମହଙ୍ଗା ମାଡ । ଆଜିଠାରୁ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୫୮ ପଇସା ବଢିଥିବା ବେଳେ ଡିଜେଲ ଦର ୨ଟଙ୍କା ୨୬ ପଇସା ବଢିଛି । ଆର୍ନ୍ତଜାତୀକ ବଜାରରେ ଅଶୋଧିତ ତେଲ ଦର ବଢିଥିବାରୁ ପେଟ୍ରୋଲ ଓ ଡିଜେଲ ଦର ବଢିଛି ବୋଲି ତେଲ କଂପାନୀ ପକ୍ଷରୁ କୁହାଯାଇଛି । ସରକାର ପେଟ୍ରୋଲିୟମ ଇନ୍ଧନ ଉପରୁ ନିୟନ୍ତ୍ରଣ ହଟାଇବା ପରଠାରୁ ପ୍ରତି ୧୫ ଦିନରେ ତେଲ ଦର ସମୀକ୍ଷା କରାଯାଉଛି । ପେଟ୍ରୋଲ ଦରରେ କ୍ରମାଗତ ୫ ଥର ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦର ୬ ଥର ବଢିଲାଣି । ଗତ ଫେବୃଆରୀ ୧୭ରୁ ଆଜି ପର୍ଯ୍ୟନ୍ତ ହିସାବ କଲେ ପେଟ୍ରୋଲ ଲିଟର ପିଛା ୯ଟଙ୍କା ୪୧ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୯ଟଙ୍କା ୬୨ ପଇସା ମହଙ୍ଗା ହୋଇଛି ।