ସାଧାରଣ ଜନତାଙ୍କୁ ଆଶ୍ୱସ୍ତି : ଦୀପାବଳୀ ପୂର୍ବରୁ ପୁଣି କମିଲା ତେଲଦର

156

କନକ ବ୍ୟୁରୋ : ପାର୍ବଣ ଋତୁରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲଗାତାର କମିବାରେ ଲାଗିଛି । ଯଦ୍ୱାରା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀରେ ସୋମବାର ପେଟ୍ରୋଲ ୨୨ ପଇସା କମି ୭୮.୫୬ ହୋଇଯାଇଛି । ଅନ୍ୟପଟେ ଡିଜେଲ ଦର ୨୦ ପଇସା କମଛି । ଆଜି ଦିଲ୍ଲୀରେ ଡିଜେଲ୍ ୭୩.୧୬ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି ।

ସେପଟେ ଆଜି ମୁମ୍ବାଇରେ ୨୨ ପଇସା କମି ପେଟ୍ରୋଲ ଲିଟର ପିଛା ୮୪.୦୬ ଟଙ୍କାହୋଇଯାଇଛି । ଡିଜେଲ ଦର ୨୧ ପଇସା କମିଛି ୭୬.୬୭ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ଦିଲ୍ଲୀ, କୋଲକାତା, ମମ୍ବାଇରେ ରବିବାର ପେଟ୍ରୋଲ ଦର ୨୧ ପଇସା ଓ ଚେନ୍ନାଇରେ ୨୨ ପଇସା ପ୍ରତି ଲିଟର କମିଯାଇଛି । ଅନ୍ୟପଟେ ଡିଜେଲ ଦର ଦିଲ୍ଲୀ ଓ କୋଲକାତାରେ ୧୭ ପଇସା ପ୍ରତି ଦର କମିଛି । ସେପଟେ ମୁମ୍ବାଇ ଓ କୋଲକାତାରେ ଡିଜେଲ ଦର ୧୮ ପଇସା ପ୍ରତି ଲିଟର ହୋଇଯାଇଛି ।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁସାରେ ଦିଲ୍ଲୀ,କୋତକାଲା, ମୁମ୍ବାଇ ଓ ଚେନ୍ନାଇରେ ରବିବାର ପେଟ୍ରୋଲର ମୂଲ୍ୟ କ୍ରମାଗତ ଭାବେ ୭୮.୭୮ଟଙ୍କା, ୮୦.୬୮ ଟଙ୍କା, ୮୪.୨୮ ଟଙ୍କା ଓ ୮୧.୮୪ ଟଙ୍କା ପ୍ରତି ଲିଟର ଥିଲା । ସେହିପରି ଉପରୋକ୍ତ ସହରରେ ଡିଜେଲ ଦର ୭୩.୩୬, ୭୫.୨୨, ୭୬.୮୮ ଟଙ୍କା,୭୭.୫୫ ପ୍ରତି ଲିଟର ଥିଲା ।