ବ୍ରହ୍ମଗିରିରେ ଏକତରଫା ଗିରଫଦାରୀକୁ ନେଇ ଲଙ୍କାକାଣ୍ଡ । ମାଜିଷ୍ଟ୍ରେଟଙ୍କ ଗାଡିରେ ନିଆଁ ଲଗାଇଦେଇଛନ୍ତି ଉତ୍ୟକ୍ତ ଲୋକେ

25
କନକ ବ୍ୟୁରୋ: ବ୍ରହ୍ମଗିରି ଚିଙ୍ଗୁଡି ଘେରିକୁ ନେଇ ଗୋଷ୍ଠି ସଂଘର୍ଷ ଘଟଣାରେ ଏକତରଫା ଗିରଫଦାରୀକୁ ନେଇ ଲଙ୍କାକାଣ୍ଡ । ଲୁଲୁ ସେନା ଓ ବିଜେପି ପକ୍ଷରୁ କୃଷ୍ଣପ୍ରସାଦ ଥାନା ଘେରାଉ । ଥାନାରେ ଧସେଇ ପଶିବାକୁ ଉଦ୍ୟମ ସହ ଭଙ୍ଗାରୁଜା କରାଯାଇଛି । ଏପରିକି ମାଜିଷ୍ଟ୍ରେଟଙ୍କ ଗାଡିରେ ନିଆଁ ଲଗାଇଦେଇଛନ୍ତି ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ପ୍ରବଳ  ଉତେଜନା ଲାଗି ରହିଛି ।