ପାଣି ଡ୍ରମରେ ପଡିଛି ତାଲା ! ମିଳୁନି ପାଣି, ଲୋକଙ୍କୁ ଘାରିଛି ପାଣି ଚୋରିର ଚିନ୍ତା ।

67

ଖରାଦିନ ଆସିବେ ମାତ୍ରେ ପାଣିର ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଥାନ୍ତି । ତେବେ ଦେଶରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ବାଲUò ପାଣି ପାଇଁ ଲମ୍ବା ଲାଇନ ଲଗାଇବାକୁ ପଡିଥାଏ । ଏହିପରି ଏକ ଘଟଣା ଘଟିଛି ରାଜସ୍ଥାନର ବୈଶାଳି  ଅଞ୍ଚଳରେ । ଏହି ଅଞ୍ଚଳରେ ପାଣିର ସମସ୍ୟା ଏତେ ମାତ୍ରାରେ ବଢିଯାଇଛି କି, ସେଠାର ଲୋକେ ପାଣି ଚୋରି କରିବା ପାଇଁ ପଛାଉ ନାହାଁନ୍ତି । ଏପରିକି ଲୋକେ ପାଣି ଚୋରି ହୋଇଯିବା ଭୟରେ ପାଣି ରଖୁଥିବା ପାତ୍ର ଗୁଡିକରେ ତାଲା ପକାଇ ରଖୁଛନ୍ତି ।

ଗାଁ ଲୋକଙ୍କ କହିବା ଅନୁସାରେ, ଖରାଦିନେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବାରୁ ପାନୀୟ ଜଳ ମିଳିବା ଅସମ୍ଭବ ହୋଇପଡୁଛି । ସେଥିପାଇଁ ଯାହା ଅଳ୍ପ ବହୁତ ପାଣି ପିଇବା ପାଇଁ ମିଳୁଛି ତାକୁ ତାଲା ପକାଇ ରଖାଯାଉଛି । ଠିକ ସମାନ ପରିସ୍ଥିତି ଦେଖାଦେଇଛି ରାଜସ୍ଥାନର ପାରସରାମପୁର ଅଞ୍ଚଳରେ । ପାଣିର ଅଭାବ ଥିବାରୁ ଲୋକମାନେ ନିଜ ନିଜର ପାଣି ଡ୍ରମକୁ ତାଲା ପକାଇ ରଖୁଛନ୍ତି ।

ଏହି ଗାଁ ଗୁଡିକୁ ହିନ୍ଦୁସ୍ଥାନ ଜିଙ୍କ ଲିମିଟେଡ ତରଫରୁ ଏକ ସପ୍ତାହରେ ଥରେ ପିଇବା ପାଇଁ ପାଣି ମିଳିଥାଏ । ଏହି କାରଣ ପାଇଁ ଗାଁ ଲୋକେ ଅନ୍ୟର ପାଣି ଚୋରାଇ ନେବାକୁ ପଛାଉ ନାହାଁନ୍ତି । ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କହିବା ଅନୁସାରେ, ପାଣି ନମିଳିବା କାରଣରୁ ରାତିରେ ଲୋକ ମାନେ ଶୋଇବା ପରିବର୍ତ୍ତେ ଅନ୍ୟର ପାଣି ଚୋରି କରିଥାନ୍ତି । ସେଥିପାଇଁ ଗାଁ ଲୋକେ ପାଣିକୁ ଚୋରି ହେବାରୁ ବଞ୍ଚାଇ ରଖିବା ପାଇଁ ଡ୍ରମରେ ତାଲା ପକାଇ ରଖୁଛନ୍ତି ।  କେବଳ ସେତିକି ନୁହେଁ ପାଣିକୁ ନେଇ ଲୋକମାନଙ୍କ ମଧ୍ୟରେ ଝଗଡା ହେଉଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି ।